EnewsOdia.Com

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ନାଗରିକତା ସଂଶୋଧନ ଆଇନ ନାମରେ ଦିଲ୍ଲୀ ସଡ଼କରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନାହିଁ |ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି।   ବୁଧବାର ଦିନ ସକାଳେ ଗୁରୁ ତେଜ ବହାଦୁର ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ଦିଲ୍ଲୀ ହିଂସାରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି | ସେହିପରି ପାଖାପାଖି ୨୦୦ ଜଣ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୬ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି। ଦିଲ୍ଲୀରେ ହିଂସା କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦେଶ ଦିଆଯାଇଛି । ଗୃହମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି । ଯମୁନା ବିହାର ଅଞ୍ଚଳରେ ହିଁ ଶୁଟ ଆଟ ସାଇଟ୍‌ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଶୁଟ ଆଟ ସାଇଟ୍‌ ନିର୍ଦ୍ଦେଶ ଦିଆଯାଇଥିଲା। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ କୁହାଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହେଲେ ଏଭଳି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନଥିବା ଉତ୍ତରପୂର୍ବ ଦିଲ୍ଲୀର ଡେପୁଟି କମିଶନର ବେଦ ପ୍ରକାଶ ସୂର୍ଯ୍ୟ କହିଛନ୍ତି।ଉତରପୂର୍ବ ଦିଲ୍ଲୀରେ ପୁରା ଏକମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ସେହିପରି ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛି ସିବିଏସଇ ।

ପଢନ୍ତୁ: ଅହମ୍ମଦାବାଦ ବିମାନବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ମୋଦି

ସମ୍ବନ୍ଧିତ ଖବର

ଭୁଲରେ ବିମାନକୁ କ୍ଷେପଣାସ୍ତ୍ର ମାରିଥିବା ସ୍ୱୀକାର କଲା ଇରାନ୍

Ratnamani Maharana

ବିଜେଡ଼ି ରାଲି ପାଇଁ ରାଜ୍ୟ ପୁଲିସକୁ ହାଇକୋର୍ଟର ଜବାବତଲବ

Ratnamani Maharana

ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ୍ ଅବଧି

Ratnamani Maharana

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Ratnamani Maharana

ନିର୍ଭୟା ଦୋଷୀ ବିନୟର ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana