Loading...

ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଖୋଲିବନି ମାର୍କେଟ ବିଲ୍ଡିଂ

ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଖୋଲିବନି ମାର୍କେଟ ବିଲ୍ଡିଂ

ଏବେ ଖୋଲିବନି ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ ହୋଇଛି ।

ଏବେ ଖୋଲିବନି ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ବିଏମସି ଓ ପୋଲିସ ସହ ବ୍ୟବସାୟୀ ସଂଘର ଆଲୋଚନା ବିଫଳ ହୋଇଛି । ବୈଠକରେ କୌଣସି ନିସ୍କର୍ସ ବାହାରିନାହିଁ । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ବନ୍ଦ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ । ଗତକାଲି ସ୍ୱତଃପ୍ରବୃତଭାବେ ମାର୍କେଟ୍ ବିଲଡିଂ ବନ୍ଦ କରିଥିଲେ ବ୍ୟବସାୟୀ ସଂଘ । ଉଠାଦେକାନୀଙ୍କ ଦୌରାତ୍ମ୍ୟ ପାଇଁ ଏଭଳି ପଦକ୍ଷେପ ନେଇଛି ସଂଘ । ମାର୍କେଟ ବିଲ୍ଡିଂର ମଝିରେ ଥିବା ଫୁଟପାଥ ରାସ୍ତା ଉପରେ ଏହି ଉଠାଦେକାନୀ ଜୋରଜବରଦସ୍ତ ବ୍ୟବସାୟ କରି ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ବାଇକ ପାର୍କିଂକୁ ନେଇ ଉଠାଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ବିଏମସି ଅଧିକାରୀ ଓ କ୍ୟାପିଟାଲ ଥାନା ପୁଲିସ ପଂହଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

 

ସୂଚନା ଅନୁସାରେ, ମାର୍କେଟ୍ ବିଲ୍ଡିଂ ଭିତରେ ଦୁଇପାର୍ଶ୍ବରେ ଥିବା ଦୋକାନର ମଝି ସ୍ଥାନରେ ଉଠା ଦୋକାନୀମାନେ ବସୁଛନ୍ତି । ଏକ ଡ୍ରେସ୍‌ ସୋ’ରୁମ୍ ଆଗରେ ଜଣେ ମହିଳା ଚପଲ ଦୋକାନ କରି ବସୁଥିଲେ । ସେହି ସ୍ଥାନକୁ ସେ ୩ ଶହ ଟଙ୍କାରେ ଭଡ଼ା ନେଇଥିବା କହୁଛନ୍ତି । ଗତ କିଛି ମାସ ହେଲା ସେହି ସ୍ଥାନକୁ ସେ ଅନ୍ୟ ଜଣଙ୍କୁ ଭଡ଼ାରେ ଦେଇଥିଲେ । ସପ୍ତାହେ ତଳେ ମହିଳା ଜଣଙ୍କ ସେହି ଉଠାଦୋକାନୀଙ୍କୁ ଉଠି ଯିବାକୁ କହିଥିଲେ । କିନ୍ତୁ ସମ୍ପୃକ୍ତ ସୋ’ରୁମ୍ ତାଙ୍କୁ ଭଡ଼ା ଦେଇଥିବା ସେ କହିଥିଲେ । ଏହାକୁ ନେଇ ବିବାଦ ଉପୁଜିଥିଲା । ଏ ନେଇ ସେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।ସେହିପରି ଗତକାଲି ମହିଳାଜଣଙ୍କ ନିଜେ ସେଠାରେ ନିଜ ଦୋକାନ ଖୋଲିଥିଲେ। କିନ୍ତୁ ଦୋକାନ ଖୋଲିବାକୁ ଯିବା ସମୟରେ ସମ୍ପୃକ୍ତ ସୋ’ରୁମ୍‌ର ଏକ ସ୍କୁଟି ରହିଥିଲା। ମହିଳା ସମ୍ପୃକ୍ତ ସୋ’ରୁମ୍ ମାଲିକଙ୍କୁ ଯାଇ ଘଟଣା ସମ୍ପର୍କରେ ପଚାରିଥିଲେ । ସେମାନଙ୍କ ଭିତରେ ପାଟିତୁଣ୍ଡ ହେବାରୁ ସେ ସ୍କୁଟିକୁ ଠେଲି ଫୋପାଡ଼ି ଦେଇଥିଲେ । ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଉଠାଦୋକାନୀ-ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ, ବିଏମ୍‌ସି କିଛି ଶୁଣୁ ନ ଥିବା ଅଭିଯୋଗ କରି ବ୍ୟବସାୟୀ ସଂଘ ଗତକାଲି ଅପରାହ୍‌ଣ ୨ଟା ପରଠାରୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିଦେଇଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.