News

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର ସୋଫିଆ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଶହୀଦ୍‌ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସାଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

encounter

ଜାମ୍ମୁକାଶ୍ମୀର ସୋଫିଆ ଜିଲ୍ଲାରେ ଆଜି ସକାଳୁସକାଳୁ ଏହି ଘଟଣା ଘଟିଛି । ସୋଫିଆ ଜିଲ୍ଲାର ନନ୍ଦୀଗ୍ରାମ ଅଂଚଳରେ କେତେକ ଆତଙ୍କବାଦୀ ଲୁଚିରହିଥିବା ଖବର ପାଇ ସେନା ପକ୍ଷରୁ ଗୁଳିବର୍ଷା କରାଯାଇଥିଲା । ଫଳରେ ଆତଙ୍କବାଦୀମାନେ ପାଲଟା ଗୁଳି ଚଳାଇଥିଲେ ।

ଉଭୟ ପକ୍ଷରୁ ଲଗାତାର ଭାବେ ପାୟାରିଂ ଜାରି ରହିଛି । ସେଠାରେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଛି । ତେବେ ଏବେ ସୁଧା ୪ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଏହି ସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପଢନ୍ତୁ; ରିଲିଜ୍ ହେଲା ହକି ବିଶ୍ୱକପ୍ ଗୀତର ଟିଜର୍

Related posts

ପ୍ରଥମ ଥର ପାଇଁ ଭାରତୀୟ ନୌସେନାରେ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ସାମିଲ

ENO Beuro

ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରୀମକୋର୍ଟଙ୍କ କଡା ଭର୍ତ୍ସନା

ENO Beuro

ସରିଲା ନିଟ ପରୀକ୍ଷା

Ratnamani Moharana

Leave a Comment