ଜୟ ଶ୍ରୀ କୃଷ୍ଣ ଧାରାବାହିକ ର ଛୋଟ ନଟଖଟ କୃଷ୍ଣ ଏବେ ବଡ ହେଇଯାଇଛନ୍ତି

ଜୟ ଶ୍ରୀ କୃଷ୍ଣ ଧାରାବାହିକ ର ଛୋଟ ନଟଖଟ କୃଷ୍ଣ ଏବେ ବଡ ହେଇଯାଇଛନ୍ତି

ଜୟ ଶ୍ରୀ କୃଷ୍ଣ ଧାରାବାହିକ ର ଛୋଟ ନଟଖଟ କୃଷ୍ଣ ଏବେ ବଡ ହେଇଯାଇଛନ୍ତି  । ଆଜ୍ଞା ହଁ, ଧୃତି ଭାଟିଆ ଯେବେ ୮ ବର୍ଷର ଥିଲେ ସେତେବେଳେ ସେ ଜୟ ଶ୍ରୀ କୃଷ୍ଣ ଧାରାବାହିକ ରେ କୃଷ୍ଣ ଙ୍କର ଅତି ଛୋଟବେଳର ଅଭିନୟ କରିଥିଲେ । ତାଙ୍କର ଅତି ସୁନ୍ଦର ନିରୀହ ଚେହେରା ଓ ଅଭିନୟରେ ସମସ୍ତଙ୍କ ହୃଦୟ କୁ ଜିତି ପାରିଥିଲେ ।

ଜୟ ଶ୍ରୀ କୃଷ୍ଣ ସରିଲା ପରେ ଧୃତି ଅନେକ ଧାରାବାହିକ ରେ ନଜର ଆସିଥିଲେ । ତା ପରେ ସେ ଷ୍ଟାର ପ୍ଲସ ର ଇଷି ପୟାର କୋ କା ନାମ ଦୂ ରେ କାମ କରିଥିଲେ । ମାତା କି ଚୌକି ରେ ମଧ୍ୟ ଗୋଟେ ବଳିଷ୍ଠ ଅଭିନୟ କରିଥିଲେ ।  ଜୟ ଶ୍ରୀ କୃଷ୍ଣ  ଧୃତିଙ୍କ ଜୀବନରେ ଏକ ବଡ ଅଙ୍ଗ ହେଇଥିଲେ ମଧ୍ୟ ଅନ୍ୟ ସବୁ ଧାରାବାହିକ ରେ ସେ ଯଥେଷ୍ଟ ସଫଳତା ପାଇଥିଲେ ।

ଯେତେବେଳେ ସେ ଏହି କୃଷ୍ଣ ଅଭିନୟ କରୁଥିଲେ ତାଙ୍କୁ ସମସ୍ତେ କୃଷ୍ଣ ଭଳି ପୂଜା କରୁଥିଲେ ବୋଲି ମଧ୍ୟ ଦୃତି ଏକ ସାକ୍ଷାତାକାର ରେ କହିଛନ୍ତି । ସେ କହିଥିଲେ କି, ” ସେ ସମୟରେ ମୁଁ ବହୁତ ଛୋଟ ଥିଲି କିନ୍ତୁ ମୋର ମାନେ ଅଛି ଯେ ଯେଉଁ ଲୋକମାନେ ସେଟ କୁ ଆସୁଥିଲେ ସେମାନେ ମୋତେ ସତ କୃଷ୍ଣ ଭଳି ବ୍ୟବହାର ଦେଖାଉଥିଲେ । ଏମିତି କି କେହି କେହି ସାଙ୍ଗସାଥି ଏବେ ବି ପଚାରନ୍ତି କି ମୁଁ ସତରେ କୃଷ୍ଣ ତ ନୁହେଁ,” ।

ଧୃତି ନିଜେ ମଧ୍ୟ ଏକ କୃଷ୍ଣ ବିଶ୍ଵାସୀ। ଆଉ ପ୍ରତି ସପ୍ତାହ ରେ ସେ କୃଷ୍ଣ ଦର୍ଶନରେ ଯାନ୍ତି । ଲୋକପ୍ରିୟତା ସହ ସେ ଅଭିନୟ ମତେ ବହୁତ ସକାରାତ୍ମକ ଭାବନା ଦେଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ନିଜ ଭବିଷ୍ୟ କୁ ନେଇ ସେ କହିଛନ୍ତି ଯେ, ଭବିଷ୍ୟତରେ ମୁଁ ଜେନ କୋରେୟଗ୍ରାଫର ହବାକୁ ଚାହେଁ। ମୋ ମା ବି ଜଣେ କୋରେୟଗ୍ରାଫର ଆଉ ମୁଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହବାକୁ ଚାହେଁ ।

ଜୟ ଶ୍ରୀ କୃଷ୍ଣ ଧାରାବାହିକ ର ଛୋଟ ନଟଖଟ କୃଷ୍ଣ ଏବେ ବଡ ହେଇଯାଇଛନ୍ତି

୨୧ ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ୨୦୧୭