News

ବକ୍ସର-ବାରାଣସୀ ମେମୁର ଶୁଭାରମ୍ଭ କଲେ ଶ୍ରୀ ମନୋଜ ସିହ୍ନା

minister

ରେଳ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା ବୁଧବାର ବକ୍ସର-ବାରାଣସୀ ମଧ୍ୟରେ ଏକ ଯୋଡ଼ା ମେମୁ (63229/63230)ର ଶୁଭାରମ୍ଭ କରିଛନ୍ତି । ବକ୍ସର ଓ ବାରାଣସୀ ମଧ୍ୟରେ ଦୁଇଟି ଯାକ ଟ୍ରେନ ସେବା ଉପଲବ୍ଧ କରାଇବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ରେଲୱେ ବୋର୍ଡ ମେମ୍ବର ଟ୍ରାଫିକ୍ ଗିରିଶ ପିଲ୍ଲାଇ, ରେଲୱେ ବୋର୍ଡ, ମେମ୍ବର ରୋଲିଙ୍ଗ ଷ୍ଟକ ରାଜେଶ ଅଗ୍ରୱାଲ, ରେଲୱେ ବୋର୍ଡର ଅନ୍ୟାନ୍ୟ ସଦସ୍ୟ, ବରିଷ୍ଠ ଅଧିକାରୀ ଗଣ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

minister

ଏହି ଅବସରରେ ଶ୍ରୀ ମନୋଜ ସିହ୍ନା ବକ୍ସରର ଲୋକମାନଙ୍କୁ ମେମୁ ଟ୍ରେନ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ 16 ବଗି ବିଶିଷ୍ଟ ଏହି ଟ୍ରେନରେ ମୋଟ 1500 ଯାତ୍ରୀ ଯାଇପାରିବେ । ନୂତନ ଟ୍ରେନ ଦ୍ୱାରା ଯାତ୍ରୀମାନେ ବକ୍ସରରୁ କାଶୀ ଯାତ୍ରା କରିପାରିବେ । ବକ୍ସରରେ ଅନେକ ମୌଳିକ ଭିତ୍ତିଭୂମିର ବିକାଶ କରାଯାଉଥିବା ସେ କହିଥିଲେ । ଭାରତୀୟ ରେଳବାଇରେ ହେଉଥିବା ଐତିହାସିକ ପରିବର୍ତ୍ତନ ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ଏହି ଅବସରରେ ଶ୍ରୀ ଅଶ୍ୱିନୀ କୁମାର ଚୌବେ କହିଲେ, ଆଜିର ଦିନ ବକ୍ସରର ଲୋକଙ୍କ ପାଇଁ ଖୁସିର ଦିନ କାରଣ ଏବେ ସେମାନେ ସିଧାସଳଖ କାଶୀକୁ ଯାତ୍ରା କରିବାର ସୁବିଧା ପାଇବେ । ଏହା କହିବା ଅନାବଶ୍ୟକ ଏହି ସରକାର ଅମଳରେ ବକ୍ସରର ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ବକ୍ସରରେ ଚାରୋଟି ଆରଓବି ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁରି ଦେଇଛି । ମେମୁ ଟ୍ରେନର ଚଳାଚଳ ପାଇଁ ସେ ମଧ୍ୟ ପିୟୂଷ ଗୋୟଲ ଏବଂ ମନୋଜ ସିହ୍ନାଙ୍କୁ ଏବଂ ରେଳ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପଢନ୍ତୁ; ଆପଣଙ୍କୁ ଅତ୍ୟଧିକ ହାକୁଡି ଆସୁଛି କି? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା

ENO Beuro

କୋହଲିଙ୍କୁ ନାସୀରୁଦ୍ଦିନଙ୍କ ସମାଲୋଚନା

ENO Beuro

ପ୍ରଧାନମନ୍ତ୍ରୀ ହେଲେ ଚମ୍ପିୟନ ଅଫ୍‌ ଦି ଆର୍ଥ

ENO Beuro

Leave a Comment