News

ରେଲୱେ ବୋର୍ଡର ନୂତନ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ଅଗ୍ରୱାଲ

indian

2018 ସେପ୍ଟେମ୍ବର 28 ତାରିଖରେ ରାଜେଶ ଅଗ୍ରୱାଲ ରେଲୱେ ବୋର୍ଡର ନୂତନ ସଦସ୍ୟ (ରୋଲିଂ ଷ୍ଟକ) ଏବଂ ଭାରତ ସରକାର ଏକ୍ସ-ଅଫିସିଓ ସେକେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ରାଜେଶ ଅଗ୍ରୱାଲ 1980 ବ୍ୟାଚର ଇଣ୍ଡିଆନ ରେଲୱେ ସର୍ଭିସ (ମେକାନିକାଲ ଇଞ୍ଜିନିୟରିଂ)ର ଅଫିସର । ଏହି ନିଯୁକ୍ତି ପୂର୍ବରୁ ସେ ରାଏବରେଲିସ୍ଥିତି ମଡର୍ଣ୍ଣ କୋଚ୍ ପ୍ୟାକ୍ଟୋରୀର ଜେନେରାଲ ମ୍ୟାନେଜର ଥିଲେ । ମ୍ୟାନେଜମେଣ୍ଟ, ଅପରେସନ, ମ୍ୟାନୁଫାକଚରିଂ, ଲଜିଷ୍ଟିକ୍ସ, ଇଞ୍ଜିନିୟରିଂ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନରେ ତାଙ୍କର ଅଭିଜ୍ଞତା ରହିଛି । ସେ ୟୁନେସ୍କୋ/ ଆଇସିଓଏମଓଏସ୍ ରେ ମଧ୍ୟ ବିଶ୍ୱ ଐତିହ୍ୟ, ପରିବେଶ, ପର୍ଯ୍ୟଟନ, ସଂସ୍କୃତି, ସଂଗ୍ରହାଳୟ, ସଂରକ୍ଷଣ, ସଷ୍ଟେନବୁଲ ଡେଭଲପମେଣ୍ଟ ଇତ୍ୟାଦିରେ ପାରଦର୍ଶିତା ଅର୍ଜନ କରିଛନ୍ତି । ସେ ମେକାନିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଏବଂ ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ।

indian

କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି ଆସିଛନ୍ତି । ଇଣ୍ଟର୍ଣ୍ଣ ରେଲୱେ, ନର୍ଥ ଫ୍ରଣ୍ଟିୟର, ନର୍ଥ ୱେଷ୍ଟର୍ଣ୍ଣ, ସାଉଥ୍ ଇଷ୍ଟର୍ଣ୍ଣ, ସାଉଥ୍ ଇଷ୍ଟ ସେଣ୍ଟ୍ରାଲ, ସଦର୍ଣ୍ଣ, ୱେଷ୍ଟର୍ଣ୍ଣ ଏବଂ ୱେଷ୍ଟ ସେଣ୍ଟ୍ରାଲ ରେଲୱେ ଆଦି 8ଟି ଜୋନରେ ସେ କାର୍ଯ୍ୟ କରିଛନ୍ତି। ସେ ରେଲୱେ ବୋର୍ଡ, ମଡର୍ଣ୍ଣ କୋଚ୍ ଫ୍ୟାକ୍ଟୋରି ଏବଂ ସିଆରଆଇଏସ ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ନ୍ୟାସନାଲ ରେଲ ସଂଗ୍ରହାଳୟର ନିର୍ଦ୍ଦେଶକ, ସଦର୍ଣ୍ଣ ରେଲୱେର ଡିଭିଜନାଲ ରେଲୱେ ମ୍ୟାନେଜର, ନର୍ଥ ଫ୍ରଣ୍ଟିୟର ରେଲୱେର ଡେପୁଟି ଜେନେରାଲ ମ୍ୟାନେଜର ଏବଂ ଚିଫ୍ ଭିଜିଲାନ୍ସ ଅଫିସର, ୱେଷ୍ଟ ସେଣ୍ଟ୍ରାଲ ରେଲୱେର ଚିଫ୍ ମେକାନିକାଲ ଇଞ୍ଜିନିୟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଶ୍ରୀ ଅଗ୍ରୱାଲ ଦାର୍ଜିଲିଂ ହିମାଲୟାନ ରେଲୱେଜ, ନିଳଗିରି ମାଉଣ୍ଟେନ ରେଲୱେଜ୍, କାଲକା ସିମଲା ରେଲୱେଜ ଏବଂ ଛତ୍ରପତି ଶିବାଜୀ ଟର୍ମିନସ୍ ଇତ୍ୟାଦି ଭାରତୀୟ ରେଳବାଇର ବିଶ୍ୱ ଐତିହ୍ୟ ଇନସ୍କ୍ରିପ୍ସନର ଲେଖକ ମଧ୍ୟ । ଦେଶ ଭିତରେ ଏବଂ ବିଦେଶରେ ମଧ୍ୟ ସେ ଅନେକ ପ୍ରଶିକ୍ଷଣ ପ୍ରାପ୍ତ ହୋଇଛନ୍ତି । ସେ ଆଇଇ (ଭାରତ)-81, ଏନଏଆଇଆର-85, ଜିଏମ୍-95 ସ୍ୱର୍ଣ୍ଣ ପଦକ ସହ ହିନ୍ଦୀ ବୋର୍ଡସ ଆୱାର୍ଡ-88, ୟୁନେସ୍କା ଶ୍ରେଷ୍ଠ ପ୍ରକଳ୍ପ-07 ଏବଂ ବାର୍କର ରବିନ୍ସ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ପଢନ୍ତୁ;  କୋଲକତାର ପୁରାତନ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ENO Beuro

Board Examination For Class X Will Be Reintroduced – Union HRD Minister Prakash Javadekar

ENO Beuro

ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment