Entertainment

ବିଭାହ କଲେ ଅଭିନେତ୍ରୀ ଶ୍ରୀୟା ସରନ

ରୁଷୀୟ ବୟଫ୍ରେଣ୍ଡ ଏଣ୍ଡ୍ରୋ କୋସଚିବଙ୍କୁ ବିଭାହ କଲେ ଶ୍ରୀୟା

ଦକ୍ଷିଣ ଭାରତୀୟ ଓ ବଲିଉଡ ଅଭିନେତ୍ରୀ ଶ୍ରୀୟା ସରନ ନିକଟରେ ଚୁପଚାପ୍ ବିବାହ କରିଛନ୍ତି । ତାଙ୍କ ରୁଷୀୟ ବୟଫ୍ରେଣ୍ଡ ଏଣ୍ଡ୍ରୋ କୋସଚିବଙ୍କ ସହିତ ବିବାହ କରିଛନ୍ତି । ହିନ୍ଦୁ ପରଂପରା ଅନୁସାରେ ଏହି ବିବାହ ସଂପନ୍ନ ହୋଇଛି। ଶ୍ରୀୟାଙ୍କ ସ୍ୱାମୀ ଜଣେ ଟେନିସ୍‌ ଖେଳାଳି । ଭୟଙ୍କ ମଧ୍ୟରେ ଲମ୍ବ ସମୟ ଧରି ପ୍ରେମ ସମ୍ପର୍କ ଥିଲା ।

ମୁମ୍ବଇର ଲୋଖଣ୍ଡଓ୍ଵାଲାଠାରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ ପରିବାରର ନିକଟ ସମ୍ପର୍କୀୟ ଏବଂ ବନ୍ଧୁ ଉପସ୍ଥିତ ଥିଲେ । ବଲିଉଡ ଅଭିନେତ୍ରୀ ସବାନା ଆଜମୀ ଓ ଅଭିନେତା ମନୋଜ ବାଜପେୟୀ ଏହି ବିବାହରେ ଯୋଗ ଦେଇଥିଲେ ।

ମେଗାଷ୍ଟାର ରଜନୀକାନ୍ତଙ୍କ ସହ ଶିବାଜୀ ଫିଲ୍ମରେ ଅଭିନୟ କରି ଶ୍ରୀୟା ସ୍ବତନ୍ତ୍ର ପରିଚୟ ଲାଭ କରିଥିଲେ। ଏଥିସହ ଆଉ କେତୋଟି ବଲିଉଡ ଫିଲ୍ମରେ ମଧ୍ୟ ଶ୍ରୀୟା ଅଭିନୟ କରିଛନ୍ତି ।

ଶ୍ରୀୟା ଫିଲ୍ମ ‘ଦୃଶ୍ୟମ’ରେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ୨୦୦୩ରେ ଫିଲ୍ମ ‘ତୁଝେ ମେରି କସମ’ରେ ବଲିଉଡ ଡେବ୍ୟ କରିଥିଲେ । ଏହାପରେ ସେ ‘ଆୱାରପନ’, ‘ଶୁକ୍ରିୟା’ ପରି ହିନ୍ଦୀ ଫିଲ୍ମରେ ନଜର ଆସିଥଲେ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବା ଦ୍ଵାରା ଆମକୁ କି ଲାଭ ମିଳେ ଜାଣନ୍ତୁ ?

Related posts

ନଭଜୋତ୍‌ ସିଂହ ସିଦ୍ଧୁଙ୍କୁ ହଜାରେ ଟଙ୍କା ଜରିମାନା କରି ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ!

ENO Beuro

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

ENO Beuro

‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡିଆ ଚଳଚିତ୍ର !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More