• Home
  • Entertainment
  • ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା
Entertainment

ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

ଚଳିତ ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଶ୍ରେୟା

ବଲିଉଡରେ ଏବେ ବାହାଘର ସିଜିନ ଚାଲିଛି । ନିକଟରେ ଅନୁଷ୍କା ଶର୍ମାଙ୍କ ବିଭାଘର ସରିଛି ।  ଅନୁଷ୍କା ଶର୍ମାଙ୍କ ପରେ ଏବେ ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେ କିଏ ଆପଣ ଜାଣିଛନ୍ତି କି ? ସେ ହେଲେ ଶ୍ରେୟା ସରନ୍‌ । ଶ୍ରେୟା ସରନ୍‌ ଚଳିତ ମାସ ନିଜ ରୁଷୀୟ ପ୍ରେମିକ ତଥା ଯୁବ ବ୍ୟବସାୟୀ ଏଣ୍ଡ୍ରି କୋସଚିବ୍‌ଙ୍କୁ ବିବାହ କରିବେ ।

ଏଣ୍ଡ୍ରି କୋସଚିବ୍‌ ଜଣେ ଭଲ ଟେନିସ ଖେଳାଳି । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ । ଉଦୟପୁରରେ ୧୭ରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହାକୁ ନେଇ ଉତ୍ସବର ଆୟୋଜନ କରାଯାଇଛି ।

ତେବେ ଶ୍ରେୟା ଦୃଶ୍ୟମ, ଶିବାଜୀ ପରି ବଲିଉଡ ଚଳଚ୍ଚିତ୍ରରେ ଦମ୍‌ଦାର ଅଭିନୟ କରିଛନ୍ତି। ଏପରି କି ସେ ତାମିଲ ଓ ତେଲୁଗୁ ଫିଲ୍ମ ଜଗତରେ ବେଶ ସକ୍ରିୟ । ହଲିଉଡ୍‌ରେ ମଧ୍ୟ ସେ ଡେବ୍ୟୁ କରି ସାରିଛନ୍ତି।
ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା shrya
ପଢନ୍ତୁ ;

ବିପଦରେ ଜ୍ୟାକଲିନ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ଜ୍ୟାକଲିନଙ୍କ ହସିବା ଫଟୋ ସୋଶିଆଲ ମିଡିଆରେ

Related posts

ଗର୍ଲଫ୍ରେଣ୍ଡଙ୍କ ସାନଭଉଣୀଙ୍କ ସହ ନଜର ଆସିବେ ସୁଶାନ୍ତ ସିଂହ ରାଜ୍‌ପୁତ୍‌

Krishna Kumar Manoj

କ୍ୟାଟ୍ରିନା ସାଜିଲେ ବଧୂ ବେଶ କାହା ପାଇଁ ଜାଣନ୍ତୁ ? 

Krishna Kumar Manoj

ରେଣୁକା ସାହାଣେ :‘ହମ୍‌ ଆପକେ ହୈ କୌନ୍‌’ ରିମେକରେ ବରୁଣ ଓ ଆଲିଆ ନାୟକ-ନାୟିକା ହେଲେ ଭଲ ଲାଗିବ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More