Loading...

ଗୁଜୁରାଟ ଟାଇଟନ୍ସର ନୂଆ କ୍ଯାପଟେନ ଶୁଭମନ ଗିଲ

ଗୁଜୁରାଟ ଟାଇଟନ୍ସର ନୂଆ କ୍ଯାପଟେନ ଶୁଭମନ ଗିଲ

୨୦୨୪ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସ ଦଳ ଛାଡ଼ିବା ନେଇ ବେଶ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି ।

୨୦୨୪ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସ ଦଳ ଛାଡ଼ିବା ନେଇ ବେଶ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି । କିଛି ସମୟ ଆଗରୁ ପାଣ୍ଡ୍ୟା ଦଳ ନ ଛାଡ଼ିବା ନେଇ ଆଲୋଚନା ଜୋର ଧରିଥିବା ବେଳେ ଏବେ ଏହି ଖେଳାଳି ତାଙ୍କ ପୂର୍ବ ଦଳ ମୁମ୍ବାଇ ଇଣ୍ଡିଆନସକୁ ଫେରି ଯାଇଥିବା ସୂଚନା ମିଳିଛି ।ଗୁଜୁରାଟ ଟାଇଟନ୍ସ ନିଜ ଅଧିନାୟକ ନାଁ ଘୋଷଣା କରିଛି । ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଆସନ୍ତା ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ରହିବେ । ଗୁଜୁରାଟର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।

ସୂଚନାନୁସାରେ,  ଗୁଜୁରାଟ କ୍ୟାପଟେନ ରେସରେ କେନ ୱିଲିୟମସନଙ୍କ ନାଁ ବି ରହିଥିଲା । ହେଲେ ଭବିଷ୍ୟତକୁ ନଜରରେ ରଖି ଫ୍ରାଞ୍ଚାଇଜ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ସେହିପରି ଗତ ଆଇପିଏଲରେ ଶୁଭମନ ଗିଲ ସର୍ବାଧିକ ସ୍କୋରର ହୋଇଥିଲେ । ସେ ମ୍ୟାଚରେ ୮୯୦ ରନ କରିଥିଲେ । ଏହାସହ ବିଶ୍ୱକପରେ ବି ସେ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.