Entertainment

ଅମିତାଭଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା !

କଲ୍ୟାଣ ଜୁଏଲର୍ସ ବିଜ୍ଞାପନରେ ନଜର ଆସିବେ

ବଲିଉଡ ଆକ୍ଟର ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଆଜି ପର୍ଯ୍ୟନ୍ତ ବଲିଉଡରେ କେବେ ମଧ୍ୟ ନଜର ଆସିନାହାଁନ୍ତି । କିନ୍ତୁ ଅମିତାଭଙ୍କ ସହ ନିଜର ଆକ୍ଟିଂ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ୱେତା ବଚ୍ଚନ ନନ୍ଦା । ଯଦିଓ ଏହା ଏକ ଫିଲ୍ମ ନୁହେଁ ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ସେ ପ୍ରଥମ ଥର କଲ୍ୟାଣ ଜୁଏଲର୍ସର ଏକ ବିଜ୍ଞାପନରେ ନଜର ଆସିବେ ।

ଏହି ବିଜ୍ଞାପନରେ ସେ ତାଙ୍କ ବାପା ଅମିତାଭଙ୍କ ସହିତ ନଜର ଆସିବେ । ଦୁଇଜଣ ଏହି ବିଜ୍ଞାପନର ସୁଟିଂ ଶେଷ କରି ସାରିଛନ୍ତି । ଶ୍ୱେତା ଏହି ବିଜ୍ଞାପନରେ ସାଲ୍ୱାର ସୁଟରେ ନଜର ଆସିବେ । ଏହି ବିଜ୍ଞାପନ ଜୁଲାଇରେ ପ୍ରସାରିତ ହେବ । ଏହି ବିଜ୍ଞାପନ ମଲୟାଲାମ ଭାଷାରେ ନିର୍ମାଣ ହୋଇଛି । ଅଫ୍‌ ହ୍ବାଇଟ୍‌ ୟେଲୋ କଲର କୁର୍ତ୍ତା ସହ ଶ୍ୱେତା ଖୁବ୍‌ ସିମ୍ପଲ ଲୁକ୍‌ରେ ଏହି ବିଜ୍ଞାପନରେ ନଜର ଆସିବେ ବୋଲି ଜଣାପଡିଛି ।

୨୦୧୨ରୁ ଅମିତାଭ କଲ୍ୟାଣ ଜୁଏଲର୍ସର ଗ୍ଲୋବାଲ ଆମ୍ବାସେଡର ରହିଛନ୍ତି । ତେବେ ପ୍ରଥମ କରି ଅଭିନୟ କ୍ଷେତ୍ରକୁ ଓହ୍ଲାଇଥିବା ଶ୍ୱେତା ଜଣେ ଲେଖିକା ଏବଂ ଫ୍ୟାଶନ ଡିଜାଇନର। ନିକଟରେ ସେ ନିଜର ଆଗାମୀ ପୁସ୍ତକକୁ ନେଇ ଘୋଷଣା କରିଛନ୍ତି ।

ପଢନ୍ତୁ ;

କେଉଁ ସମୟରେ ଦହି ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ଜାଣନ୍ତୁ ?

Related posts

ମି ଠୁ ଜାଲରେ ‘ସଞ୍ଜୁ’ ନିର୍ଦ୍ଦେଶକ ରାଜକୁମାର ହିରାନୀ

ENO Beuro

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

ENO Beuro

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

Leave a Comment