LIFESTYLE

ହାଇ ହିଲ୍ସ ପିନ୍ଧୁଛନ୍ତି କି!!! ହୋଇଯାନ୍ତୁ ସାବଧାନ ଏହା ଶରୀର ଉପରେ ପକାଏ କୁପ୍ରଭାବ

ଆଜିକାଲି ଯୁବତିମାନଙ୍କର ପ୍ରଥମ ପସନ୍ଦ ହାଇ ହିଲ୍ସ । ଏହା ଯୁବତୀଙ୍କୁ କ୍ଲାସି ଲୁକ  ଦେବା ସହ ତାଙ୍କ ସୁନ୍ଦରତା  କୁ କରିଥାଏ ଦୁଇଗୁଣ। ତେବେ କିଛି ଯୁବତୀ ଏହାକୁ କେବଳ ଷ୍ଟାଇଲିଶ ଲୁକ ଦେବା ପାଇଁ ବ୍ୟବହାର କରୁଥିବାବେଳେ ଛୋଟ ହାଇଟର ଯୁବତୀମାନେ ଏହାକୁ ନିୟମିତ ବ୍ୟବହାର କରିଥାନ୍ତି। ପ୍ରତିଦିନ ହାଇ ହିଲ୍ସ ପିନ୍ଧିବା ଦ୍ଵାରା ଆମର ଶରୀର ଉପରେ କୁପ୍ରଭାବ  ପଡିଥାଏ।

ସମ୍ପୂର୍ଣ ଶରୀରର ଭାର ଉଠାଇବାକୁ ପଡିଥାଏ ଗୋଡର ଅଗ୍ରଭାଗକୁ

ଫ୍ଲ୍ଯାଟ ଜୋତା ଦେହର ପୂରା ଓଜନକୁ ପାଦ ସହଜରେ ଉଠାଇ ନେଇଥାଏ। ହାଇ ହିଲ୍ସ ପିନ୍ଧିବା ଯୋଗୁ ପୁରା ଶରୀରର ଓଜନ ଆମ ପାଦର ଅଗ୍ରଭାଗକୁ ଚାଲିଆସିଥାଏ। ଏହାଦ୍ବାରା ପାଦ ଭୀଷଣ ବିନ୍ଧା ହୋଇଥାଏ।

ବ୍ୟାକ୍‌ ପେନ୍‌

ପ୍ଲାଟ୍‌ ପିନ୍ଧି ଚାଲିବା ବେଳେ ଆମ ଦେହ ସିଧା ହୋଇ ରହିଥାଏ। କିନ୍ତୁ ଆମେ ଯେତେବେଳେ ହାଇ ହିଲ୍ସ ପିନ୍ଧୁ ସେତେବେଳେ ଆମ ଶରୀରର ମାଂସପେଶୀ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହା ଆମର ବ୍ୟାକ୍‌ ପେନ୍‌ର କାରଣ ହୋଇଥାଏ।

ଗୋଡ଼ ମୋଡ଼ି ହେବା ଆଶଙ୍କା ଥାଏ

ହାଇ ହିଲ୍ସ ପିନ୍ଧିବା ଦ୍ଵାରା ବେଳେବେଳେ ଶରୀରର ଭରଶ୍ୟାମ ରକ୍ଷା କରିବାରେ ଅସନ୍ତୁଳନ ଦେଖାଦେଇଥାଏ ଯାହା ଦ୍ଵାରା ଆମର ଗୋଡ ମୋଡି ହୋଇଯିବାର ମଧ୍ୟଆଶଙ୍କା ରହିଛି।

ପାଦକୁ ଖରାପ ଆକାର ଦେଇଥାଏ

ଆପଣ ଯଦି ପ୍ରତିଦିନ ହିଲ୍ସ୍‌ ପିନ୍ଧୁଛନ୍ତି ତାହାଲେ ଆପଣଙ୍କ ପାଦ ଆକାର ମଧ୍ୟ ବିଗିଡ଼ି ଯାଇପାରେ। ଯାହା ଭଲ ଦେଖାଯାଇନଥାଏ। ଏହା ଆଙ୍ଗୁଠିକୁ ଖରାପ ଆକାର ଦେଇଥାଏ। ବୁଢ଼ା ଆଙ୍ଗୁଠି ବଙ୍କା ମଧ୍ୟ ଦେଖାଯାଇଥାଏ।

ପ୍ରତିଦିନର ବ୍ୟବହାରରେ ହାଇ ହିଲ୍ସର ବ୍ୟବହାର କରିବା ଉଚିତ ନୁହେଁ। ଯଥା ସମ୍ଭବ ଏହାଠାରୁ ଦୂରେଇ ରୁହନ୍ତୁ।
ପଢନ୍ତୁ: ଜୁଆଣିରେ ପେଟ-ତ୍ଵଚା-କେଶର ଯତ୍ନ

Related posts

ମୁଣ୍ଡ ବିନ୍ଧା ସହ ବାନ୍ତିରୁ ଉପଶମ ଦେବ ଲବଙ୍ଗ

Ratnamani Moharana

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ

ENO Beuro

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

Leave a Comment