• Home
  • LIFESTYLE
  • ଆପଣ ଚାଇନିଜ୍ ଫୁଡ୍ ଖାଉଛନ୍ତି କି ?ବିଭିନ୍ନ ରୋଗର ଶିକାର ହୋଇପାରନ୍ତି
LIFESTYLE

ଆପଣ ଚାଇନିଜ୍ ଫୁଡ୍ ଖାଉଛନ୍ତି କି ?ବିଭିନ୍ନ ରୋଗର ଶିକାର ହୋଇପାରନ୍ତି

ଆଜିକାଲି ଅଧିକାଂଶ ଲୋକ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଚଟ୍ ପଟି ଖାଦ୍ୟ ବିଶେଷ କରି ଚାଇନିଜ୍ ଫୁଡ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ଶରୀର ପାଇଁ କେତେ ଯେ କ୍ଷତିକାରଣ ହୋଇଥାଏ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଚାଇନିଜ୍ ଫୁଡ୍ ରେ ଫ୍ୟାଟ୍ ବଢାଇବା ମାତ୍ରା ଅଧିକ ପରିମାଣରେ ମିଶିଥାଏ । ଆଉ ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।ଏହା ଦ୍ୱାରା ଆପଣଙ୍କ ଶରୀରରେ ଅଚାନକ୍ ମାଂସପେଶୀ ବଢିବାରେ ଲାଗିଥାଏ ।

ଚାଇନିଜ୍ ଫୁଡ୍ ଶରୀର ପାଇଁ କ୍ଷତିକାରକ

ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ବ୍ଲଡ୍ ପ୍ରେସର ଭଳି ସମସ୍ୟା ଦେଖାଦେଇଥାଏ । ଏଥିରେ ସୋଡିୟମ ଗ୍ଲୁଟାମେଟ’ର ମାତ୍ରା ଅଧିକ ଥିବା ହେତୁ ଆପଣ ଉଚ୍ଚ ରକ୍ତଚାପର ଶିକାର ମଧ୍ୟ ହୋଇପାରନ୍ତି ।

ଏହି ଫୁଡରେ ଫିଟୋଏଷ୍ଟ୍ରୋଗେନ’ର ପରିମାଣ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ଯୋଗୁଁ ବ୍ରେଷ୍ଟ କ୍ୟାନସର,ନପୁଂସକତା, ସେକ୍ସ ଇଚ୍ଛାରେ ହ୍ରାସ ପାଇବା ଆଦି ବହୁ ବଡ ବଡ ସମସ୍ୟା ଦେଖାଦେଇଥାଏ ।

ଏହି ଖାଦ୍ୟରେ ‘ସୋୟା ଫାଇଟେଟ’ ଦେଖିବାକୁ ମିଳିଥାଏ । ଯାହା ଶରୀରର ପାଚନକ୍ରିୟାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଯେଉଁକାରଣରୁ ପେଟରେ ବିଭିନ୍ନ ପ୍ରକାର ସମସ୍ୟା ଆଦି ଦେଖାଯିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଥାଏ ।

ଏହାର ପ୍ରଭାବ ମଧ୍ୟ ଆପଣଙ୍କ ହୃତପିଣ୍ଡକୁ ପ୍ରଭାବିତ କରିଥାଏ । ଏହା ନିଃଶ୍ୱାସ ଓ ପ୍ରଶ୍ୱାସର ଗତିକୁ ସ୍ୱଭାବିକଠାରୁ ଆହୁରୀ ତିବ୍ର କରିଦେଇଥାଏ । ଯାହାଦ୍ୱାରା ଆପଣଙ୍କୁ ଅଣନିଃଶ୍ୱାସୀ ଲାଗିବା ସହ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥାନ୍ତି

ଏହିସବୁ ସମସ୍ୟାକୁ ଛାଡିଦେଲା ପରେ ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ଶରୀରର ବିଭିନ୍ନ ସମସ୍ୟା ଯେପରିକି ଦୁର୍ବଳତା ଅନୁଭବ କରିବା, ବାନ୍ତି ଲାଗିବା, ହାଡରେ ଯନ୍ତ୍ରଣା ଅନୁଭବ କରିବା, ଝାଳ ବାହାରିବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।
ଆପଣ ଚାଇନିଜ୍ ଫୁଡ୍ ଖାଉଛନ୍ତି କି ?ବିଭିନ୍ନ ରୋଗର ଶିକାର ହୋଇପାରନ୍ତି chainees food
ପଢନ୍ତୁ ;

ଆସନ୍ତୁ ଜାଣିବା ,କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ

Related posts

ରସୁଣ ଖାଇବା ଦ୍ଵାରା ହୋଇପାରିବେ ଅନେକ ସଂକ୍ରମଣ ରୋଗ ରୁ ମୁକ୍ତି ! ଜାଣନ୍ତୁ ଏହାର ଉପକାରିତା

Krishna Kumar Manoj

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

Krishna Kumar Manoj

ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ ! ଜାଣନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More