LIFESTYLE

ପ୍ରତିଦିନ କଫି ପିଉଛନ୍ତି କି? ସାବଧାନ! ନଚେତ ଭୋଗି ପାରନ୍ତି ଏହି ସବୁ ଶାରୀରିକ ସମସ୍ୟା

ସକାଳେ କଫି ପିଇବା ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଥାଏ। କେହି କେହି ଦିନରେ ଏକାଧିକ ବାର କଫି ମଧ୍ୟ ପିଇଥାନ୍ତି । ଯଦିଓ ଏହା ସ୍ବାଦିଷ୍ଟ ଏବଂ ମୁଡ୍‌ଫ୍ରେଶ୍‌ କରିଥାଏ, ତଥାପି ଆବଶ୍ୟକରୁ ଅଧିକ କଫି ପିଇବା ମଧ୍ୟ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏକ ଗବେଷଣାରୁ ଜଣାପଡିଛି କଫି ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ-

କଫି ଏସିଡିକ୍‌ ବା ଏଥିରେ ଅମ୍ଳ ଭାଗ ଅଧିକ। ତେଣୁ ଅଧିକ କଫି ପିଇବା ଦ୍ୱାରା ଏସିଡିଟି, ଛାତି ଜଳିବା, ପିଏଚ୍‌ ବାଲାନ୍ସ ଅସନ୍ତୁଳିତ ହେବା, ବଦହଜମୀ ହେବା ସହ ହାଡ଼ ଏବଂ ଜଏଣ୍ଟରେ ଯନ୍ତ୍ରଣା ଆଦି ସମସ୍ୟା ଦେଖାଦେଇଥାଏ।

ଏହା କେତେକଙ୍କଠାରେ ଡିହାଇଡ୍ରେଶନ୍‌ ବି କରାଇଥାଏ।

କଫିରେ ଅଧିକ ମାତ୍ରାରେ ଥିବା ଅକ୍ସାଲେଟ୍ସ ରକ୍ତରେ ଥିବା କ୍ୟାଲ୍‌ସିୟମ୍‌ ସହିତ ମିଶି କ୍ୟାଲ୍‌ସିୟମ୍‌ ଅକ୍ସାଲେଟ୍‌ ସୃଷ୍ଟି କରିଥାଏ, ଯାହାର ମାତ୍ରା ଶରୀରରେ ଅଧିକ ହେବା ଦ୍ୱାରା କିଡ୍‌ନୀ ଷ୍ଟୋନ୍‌ ହେବାର ଆଶଙ୍କା ବଢାଇଥାଏ।

ଏହାର ମାତ୍ରା ଶରୀରରେ ଅଧିକ ହେବା ଦ୍ୱାରା ଦାନ୍ତ ହଳଦିଆ ହେବା ସହ ପାଟି ଗନ୍ଧ ମଧ୍ୟ ହୋଇଥାଏ।

ଶରୀରକୁ ଫୂର୍ତ୍ତି କରିବା ଲାଗି ଅନେକେ କଫି ପିଇଥାନ୍ତି। କଫିରେ ଥିବା ପ୍ରଚୁର ପରିମାଣରେ କଫିନ୍‌ ଆଡ୍ରେନାଲ୍‌ ଗ୍ଲାଣ୍ଡକୁ ଶରୀରକୁ ଶକ୍ତି ଯୋଗାଉଥିବା ହର୍‌ମୋନ କ୍ଷରଣ କରିବାରେ ସାହାଯ୍ୟ କରିଥାଏ। ହେଲେ ବାରମ୍ବାର ଏହା ପିଇବା ଦ୍ୱାରା ଆଡ୍ରେନାଲ୍‌ ଗ୍ଲାଣ୍ଡ ଉପରେ ଚାପ ପଡିଥାଏ। ଫଳରେ ଆଡ୍ରେନାଲ୍‌ ଫଟିଗ୍‌, ବର୍ନଆଉଟ୍‌ କିମ୍ବା ହର୍ମୋନ ଇମ୍‌ବାଲାନ୍ସ ଭଳି ସମସ୍ୟା ଉପୁଜିଥାଏ।

ପ୍ରତିଦିନ କଫି ପିଇବା ଦ୍ୱାରା ଶରୀର ଏଥିରେ ଅଭ୍ୟସ୍ତ ହୋଇଯାଏ। ଫଳରେ ଯେଉଁଦିନ କଫି ନ ମିଳେ ମୁଣ୍ଡ ବିନ୍ଧିବା, ଅଳସୁଆ ବା ମାନ୍ଦା ଲାଗିବା ଭଳି ସମସ୍ୟା ଉପୁଜିଥାଏ। କାରଣ ଆଡ୍ରେନାଲ୍‌ ଗ୍ଲାଣ୍ଡ ପ୍ରାକୃତିକ ଉପାୟରେ ଶରୀରକୁ ଶକ୍ତି ଯୋଗାଇ ପାରେନାହିଁ।

ପଢନ୍ତୁ; ଲଘୁଚାପ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

Related posts

ଆସନ୍ତୁ ଜାଣିବା ବୈବାହିକ ସଂପର୍କକୁ କିପରି ସୁଦୃଢ କରିବେ

ENO Beuro

ସୁନା ପାଉଁଜିକୁ ପାଦରେ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଏହାର କାରଣ କ’ଣ

ENO Beuro

କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment