LIFESTYLE

ଖାଲିପେଟରେ ଚା’ ପିଇଲେ କେଉଁ ସବୁ ସମସ୍ୟା ହୋଇଥାଏ ଜାଣନ୍ତୁ?

ସକାଳୁ ଉଠିବା ମାତ୍ରେ ଅନେକେ ଚା’ ପିଇବାକୁ ପସନ୍ଦ କରନ୍ତି । ପ୍ରାୟତଃ  ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଚା’ ପିଉଥିବା ଦେଖିବାକୁ ମିଳିଥାଏ । ତେବେ ଆପଣ ଜାଣିଛନ୍ତି କି ଏହି ବେଡ୍‌ ଟି ପିଇବାର ଅଭ୍ୟାସ ଭବିଷ୍ୟତରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।  ଚାଲନ୍ତୁ ଜାଣିବା ସକାଳୁ ଉଠି ଖାଲି ପେଟରେ ଚା’ ପିଇବା ଦ୍ଵାରା କ’ଣ ସବୁ ସମସ୍ୟା ଉପୁଜିଥାଏ ।

ଖାଲିପେଟରେ ଚା’ ପିଇଲେ ଏହି ସବୁ ସମସ୍ୟା ଦେଖାଦେଇ ଥାଏ :-

  • ଆପଣ ଯଦି ଖାଲି ପେଟରେ ଚା’ ପିଉଛନ୍ତି, ତେବେ ଗ୍ୟାସ୍‌ ସମସ୍ୟା ହେବାର ସମ୍ଭାବନା ରହିଛି । ଏଥିସହିତ ଖାଲି ପେଟରେ ବ୍ଲାକ୍‌ ଟି ପିଇବା ଦ୍ଵାରା ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।
  • ଖାଲି ପେଟରେ ଚା’ ପିଇବା ଦ୍ବାରା କେବଳ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇ ନ ଥାଏ, ଅସ୍ତବ୍ୟସ୍ତ ମଧ୍ୟ ଲାଗିଥାଏ । ଏହାଫଳରେ ଆପଣଙ୍କର ବାନ୍ତି ମଧ୍ୟ ହୋଇପାରେ ।
  • ଖାଲି ପେଟରେ ଚା’ ପିଇବା ଦ୍ବାରା ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍‌ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଛି । ଏହାବ୍ୟତୀତ ଏହା ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ ।
  •  ଚା’ ପିଇବା ଦ୍ବାରା ଶରୀରରେ ପ୍ରୋଟିନ୍‌ ଏବଂ ଅନ୍ୟ ପୋଷକ ପଦାର୍ଥର ଅବଶୋଷଣ ଠିକ୍‌ ଭାବରେ ହୋଇପାରି ନ ଥାଏ । ଏହା ମଣିଷ ଶରୀରକୁ ପ୍ରଭାବିତ କରିଥାଏ ।
  •  ସକାଳ ଜଳଖିଆ ସହିତ ଚା’ ପିଇଲେ ଏହା ଆପଣଙ୍କୁ ସତେଜ କରିଥାଏ । ମାତ୍ର ଖାଲି ପେଟରେ ଚା’ ପିଇବା ଦ୍ବାରା ଆପଣଙ୍କ ଭିତରେ ଚିଡ଼ଚିଡ଼ାପଣ ବଢ଼ିଥାଏ ।
  • ବିଶେଷଜ୍ଞଙ୍କ କହିବାନୁସାରେ ଖାଲି ପେଟରେ ଚା’ ପିଇବା ଦ୍ବାରା ସାଧାରଣତଃ ଚିଡ଼ଚିଡ଼ା ସହ ଥକା ଲାଗିବାର ସମ୍ଭାବନା ରହିଛି । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଦିନକୁ ଦିନ ଆପଣଙ୍କ ଏହି ଚିଡ଼ା ରୋଗ ବଢ଼ୁଛି, ତେବେ ଏହାର କାରଣ ଖାଲି ପେଟରେ ଚା’ ପିଇବା ମଧ୍ୟ ହୋଇପାରେ ବୋଲି ଜାଣନ୍ତୁ ।

ଖାଲିପେଟରେ ଚା’ ପିଇଲେ କେଉଁ ସବୁ ସମସ୍ୟା ହୋଇଥାଏ ଜାଣନ୍ତୁ? ଖାଲିପେଟରେ ଚା’ ପିଇଲେ କେଉଁ ସବୁ ସମସ୍ୟା ହୋଇଥାଏ ଜାଣନ୍ତୁ? drinking tea

ପଢନ୍ତୁ ;

ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

Related posts

ଚା’ ଛାଣି ସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି? ଏହି ପତିକୁ ଅନେକ କାମରେ ବ୍ୟବହାର କରିପାରିବେ ! ଜାଣନ୍ତୁ

Krishna Kumar Manoj

ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ମହିଳାମାନଙ୍କୁ କଣ କଣ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ?

Krishna Kumar Manoj

କେଉଁ କେଉଁ ଖାଦ୍ୟ ଆମ ହାଡକୁ ଦୁର୍ବଳ କରିଥାଏ , ଆସନ୍ତୁ ଜାଣିବା ଡାକ୍ତରଙ୍କ ପରାମର୍ଶ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More