• Home
  • LIFESTYLE
  • ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ
LIFESTYLE

ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ମତ ପୋଷଣ କରନ୍ତି ଯେ, ନିୟମିତ ଓ ସନ୍ତୁଳିତ ଯୋଗ ଆମକୁ ବହୁ ଦୁଃସାଧ୍ୟ ରୋଗରୁ ମଧ୍ୟ ନିରୋଗ କରିଥାଏ । ଏହା ଦ୍ଵାରା ଆମର ଇନ୍ଦ୍ରିୟମାନଙ୍କ ଶକ୍ତି ବଢେ , ଶିରପ୍ରଶିରା ଠିକ ଭାବେ କାର୍ଯ୍ୟ କରନ୍ତି , ମସ୍ତିସ୍କ ସୁସ୍ଥ ଓ ଶାନ୍ତ ରହେ , ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ । କିନ୍ତୁ ଯଦି ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ ହୁଏ ତେବେ ଏହାର କୁପ୍ରଭାବ ମଣିଷ ଉପରେ ଅତ୍ୟଧିକ ଭାବେ ପଡିଥାଏ। ଏହାର ପ୍ରଭାବ ସିଧାସଳକ ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ପଡିଥାଏ । ଅସନ୍ତୁଳିତ ଯୋଗାସନ ମଣିଷକୁ ପଙ୍ଗୁମଧ୍ୟ କରିଦେବାର ଆଶଙ୍କା  ମଧ୍ୟ ରହିଛି । ତେଣୁ ଯୋଗକୁ କରିବା ପୂର୍ବରୁ ଜଣେ ଗୁରୁ କିମ୍ବା ଯୋଗ ବିଶାରଦଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ ଓ ଯୋଗ ନିୟମାନୁସାରେ, ସଠିକ ମାତ୍ରାରେ ଓ ସଠିକ ମୁଦ୍ରାରେ ମଧ୍ୟ କରାଯିବା ଦରକାର।

  • ଯୋଗକୁ କରିବାର ଉଚିତ ସମୟ,ଖାଦ୍ୟଗ୍ରହଣ,ଦିନଚର୍ଯ୍ୟା ଓ ଉଚିତ ପରିବେଶ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ।
  • ସକାଳେ ଯେଉଁ ପରିମାଣରେ ଯୋଗାଭ୍ୟାସ କରାଯାଇଛି ସମାଅନୁପାତରେ ମଧ୍ୟ ସନ୍ଧ୍ୟାରେ କରିବା ଦରକାର। ଏହାଦ୍ୱାରା ଆମ ଶରୀର ଉପରେ କୌଣସି କୁପ୍ରଭାପ ପଡିବ ନାହିଁ।
  • ବିଶେଷ ଭାବେ ଗର୍ଭାବସ୍ଥା,ହୃଦ ସମ୍ବନ୍ଧୀୟ ରୋଗ, ରକ୍ତହୀନତା ପରି ରୋଗ ହୋଇଥିଲେ ଯୋଗକୁ କରିବା ଅନୁଚିତ।
  • ଯୋଗକୁ ଧୀରେଧୀରେ ଅଭ୍ୟାସ କରିବା ଉଚିତ। ହଠାତ୍ ବଡ ବଡ ଆସନ କରିବା ଅନୁଚିତ।
  • ଯୋଗାଚ୍ଚାର୍ଯ୍ୟଙ୍କ ଉପସ୍ଥିତିରେ ହିଁ ଯୋଗାଭ୍ୟାସ ପାଇଁ ନିତ୍ୟାନ୍ତ ଆବଶ୍ୟକ ।

ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ'ଣ ପ୍ରଭାବ ପଡେ ଜାଣନ୍ତୁ  ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

ପଢନ୍ତୁ, ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଦେଶୀ ଘିଅ, ଜାଣନ୍ତୁ ଏହାର ଉପକାରିତା

Related posts

ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା

Krishna Kumar Manoj

ବୟସ ଅନୁସାରେ କିପରି ନେବେ ପିଲାମାନଙ୍କ ଖାଦ୍ୟପେୟର ଯତ୍ନ ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି କଥା

Krishna Kumar Manoj

ସକାଳୁ ଭିଜା ହୋଇଥିବା ଚଣା ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More