Movie News

୨୦୧୭ ରେ ସିଦ୍ଧାନ୍ତ ମହାପାତ୍ର , ୪ଟି ଯାଇଛି ଏବୋଂ ଆହୁରି ୨ଟି ଆସୁଛି

୨୦୧୭ ରେ ସିଦ୍ଧାନ୍ତ ମହାପାତ୍ର , ୪ଟି ଯାଇଛି ଏବୋଂ ଆହୁରି ୨ଟି ଆସୁଛି

ଓଲିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ତାଙ୍କର ଦମଦାର ଆକ୍ଟିଙ୍ଗ ସାଙ୍ଗକୁ ଆକର୍ଷଣୀୟ ଚେହେରା ପାଇଁ ବିଗତ କିଛି ବର୍ଷ ଧରି ଦର୍ଶକଙ୍କର ପ୍ରିୟର ନାୟକ ହେଇ ଅଛନ୍ତି । ଏବେ ଅବଶ୍ୟ ନାୟକ ଭୂମିକାରେ ତାଙ୍କୁ କମ ଦେଖିବାକୁ ମିଳୁଛି କାରଣ ବେଶୀ ସେ ସହ-ନାୟକ କିମ୍ବା ବଡଭାଇ ଭୂମିକାରେ ଦେଖାଦେଉଛନ୍ତି ।  ବିଗତ ବର୍ଷ ତୁଳନାରେ ସିଦ୍ଧାନ୍ତଙ୍କ ଅଭିନୀତ ଏ ବର୍ଷ ଅଧିକ ସଂଖ୍ୟକ ଛବି ପରଦା ଉପରକୁ ଆସିସାରିଛି । ତେଣୁ ଏହି ୨୦୧୭ ବର୍ଷଟି ତାଙ୍କ ଅଭିନୟ କ୍ୟାରିୟର ପାଇଁ ବେଶ ସଫଳତା ଆଣିଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

୨୦୧୭ ରେ ସିଦ୍ଧାନ୍ତଙ୍କ ଅଭିନୀତ ଚାରିଟି ସିନେମା ‘ଗଡଫାଦର୍‌’ , ‘ତମକୁ ଦେଖିଲା ପରେ’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ଏବଂ ‘ସପନର ପଥେ ପଥେ’ ରିଲିଜ୍‌ ହୋଇସାରିଛି ।ଏହି ସିନେମା ମଧ୍ୟରୁ କେବଳ ଗୋଟିକରେ ନାୟକ ଏବଂ ଅନ୍ୟଟିରେ ସହ ନାୟକ ଚରିତ୍ରରେ ନଜର ଆସିଛନ୍ତି ସେ ।

ଏହା ସହିତ ଆହୁରି ଦୁଇଟି ସିନେମାରେ ସିଦ୍ଧାନ୍ତଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଦର୍ଶକ । ଏଥିମଧ୍ୟରୁ ଗୋଟିଏ ହେଲା ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’ ଏବଂ ଅନ୍ୟଟି ହେଲା ଶ୍ରୀତମ୍‌ ଦାସଙ୍କ ନିର୍ଦେଶିତ ‘ଦିଓ୍ଵାନା ହେଲି ତୋ’ପାଇଁ’ । ଏହି ସିନେମାର କାହାଣୀରେ ସିଦ୍ଧାନ୍ତଙ୍କ ଅଭିନୀତ ଚରିତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି । ଦୁଇ ସିନେମା ମଧ୍ୟରୁ ପ୍ରଥମଟିର ନାୟକ ହେଲେ ଅମ୍ଳାନ, ନାୟିକା ଅନୁଭା ଏବଂ ଅନ୍ୟଟିର ନାୟକ ହେଲେ ନବାଗତ ମୁନ୍ନା ଓ ନାୟିକା ରୀୟା ଦେ ।

ବଜରଙ୍ଗୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଭା ସୌରୟା, ନୈନା ଦାଶ, ଅସିତ ପତି ପ୍ରମୁଖ ଅଭିନୟ କରିଥିବା ବେଳେ ‘ଦିଓ୍ଵାନା ହେଲି ତୋ’ପାଇଁ’ରେ ରୀୟା ଦେ,ଶ୍ରୀତମ୍‌ ଦାସ, ଉଷସୀ ମିଶ୍ର, ପପୁ ପମପମ୍‌, ଅମର, ଗୁଡୁ, ସାତ୍ଵକି ପ୍ରମୁଖ ଅଛନ୍ତି ।

ଆଉଏକ ସିନେମା ବ୍ଲାକମେଲ ପାଇଁ ସିଦ୍ଧାନ୍ତଙ୍କୁ ମଧ୍ୟ ଚୁକ୍ତିବଦ୍ଧ କରାଯାଇଛି । ଗତକାଲି ଏହାର ଶୁଭ ମହୁରତ ଅନୁଷ୍ଠିତ ହେଇଛି ।

୨୦୧୭ ରେ ସିଦ୍ଧାନ୍ତ ମହାପାତ୍ର , ୪ଟି ଯାଇଛି ଏବୋଂ ଆହୁରି ୨ଟି ଆସୁଛି

Related posts

In This Dussera “Love Pain Kuch Bhi Karega”

Jitendra

ଆସନ୍ତା ୧୭ ସେପ୍ଟେମ୍ବର ରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହଉଛି ଓଡିଆ ଛବି ଏମିତି ବି ହେଇପାରେ

ENO Beuro

“Bhoomika Dash”- Ready To Bind Audience With Her Superb Acting Skills

ENO Beuro

2 comments

Leave a Comment