POLITICALS

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

si

ବିଜେପିରେ ମିଶିବେ ସିଦ୍ଧାନ୍ତ ମହାପାତ୍ର

ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର । ବିଜେଡ଼ିର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ଆରମ୍ଭ ହୋଇଯାଇଛି ବିଦ୍ରୋହ । ଘୋଷିତ ହୋଇଥିବା ୯ଟି ଲୋକସଭା ସିଟରେ ୮ଟି ନୂଆଁମୁହଁ ଦେଇଛି ଦଳ।

ବିଜେପିର ସ୍ବତନ୍ତ୍ର ମିଶ୍ରଣ ପର୍ବରେ ସିଦ୍ଧାନ୍ତ ଯୋଗଦେବା ନେଇ ସୂଚନା ମିଳିଛି । ବିଜେଡି ଦଳରୁ ଟିକେଟ ନମିଳିବାକୁ ନେଇ ଅସନ୍ତୁଷ୍ଟ ଥିଲେ ସିଦ୍ଧାନ୍ତ ମହାପାତ୍ର। ଅନ୍ୟପକ୍ଷରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରେଶବ ନନ୍ଦ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି।

ଆସନ୍ତା ନିର୍ବାଚନରେ ବିଜେଡି ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରିବ ନାହିଁ ବୋଲି ଅନେକ ଦିନ ହେଲା ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି । ବିଜେଡି ଯେତେବେଳେ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳରେ ସାମିଲ କଲା ସେବେଠାରୁ ଜଣାପଡ଼ିଲା ଯେ, ସିଦ୍ଧାନ୍ତଙ୍କ ସ୍ଥିତି ଟଳମଳ । ଆସନ୍ତା ନିର୍ବାଚନରେ ସିଦ୍ଧାନ୍ତଙ୍କ ବଦଳରେ ନୂଆ ପ୍ରାର୍ଥୀ ଦେବା ଲକ୍ଷ୍ୟ ରଖି ଦଳ ଚନ୍ଦ୍ରଶେଖରଙ୍କୁ ଆଣି ମିଶାଇଛି । ବ୍ରହ୍ମପୁର ଲୋକସଭା ଆସନରେ ଚନ୍ଦ୍ରଶେଖରଙ୍କ ପ୍ରଭାବ ରହିଛି । ଏଣୁ ସିଦ୍ଧାନ୍ତଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଗଲେ ଦଳର ବିଜୟ ସମ୍ଭାବନା ଅଧିକ ରହିଛି ।

ପଢନ୍ତୁ; ଏଥର ଆଇପିଏଲ ଇନିଂସ୍ ଓପନ୍ କରିବେ ରୋହିତ ଶର୍ମା

Related posts

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

ENO Beuro

ବିବାଦ ପରେ ବି ଜିତିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Ratnamani Moharana

ଅମରିନ୍ଦର ସିଂଙ୍କୁ ବିରୋଧ କରି କ୍ୟାବିନେଟ୍ ବୈଠକରେ ଯୋଗ ଦେବେନି ସିଦ୍ଧୁ

Ratnamani Moharana

Leave a Comment