• Home
  • Entertainment
  • ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ
Entertainment

ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ

ଭଟ୍ଟ ବ୍ୟାନରରେ ସିଦ୍ଧାର୍ଥ

ସିଦ୍ଧାର୍ଥ ମାଲହୋତ୍ରା ଲଗାତର ସିନେମାରେ ନଜର ଆସିଥିଲେ ମଧ୍ୟ ତାଙ୍କର ସିନେମା ଗୁଡ଼ିକ ବକ୍ସ ଅଫିସରେ ଏତେ ଭଲ ବ୍ୟବସାୟ କରିପାରିନାହିଁ  । ‘ଏ ଜେଣ୍ଟଲମ୍ୟାନ’, ‘ଇତ୍ତେଫାକ’ ଓ ‘ଅୟାରୀ’ ବକ୍ସ ଅଫିସରେ କମାଲ କରିପାରି ନଥିଲା ।  ବର୍ତ୍ତମାନ ସେ ‘କ୍ୟାପଟେନ ବାର୍ତ୍ତା’ଙ୍କ ବାୟୋପିକର ସୁଟିଙ୍ଗରେ ବ୍ୟସ୍ତ ରହିଛନ୍ତି ।

‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଓ ‘କପୁର ଆଣ୍ଡ ସନ୍ସ’ ପରେ ପୁଣି  ‘ଆଶିକୀ-୩’ ସିନେମାରେ ଏକାଠି ଆସୁଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଏବଂ ଆଲିଆ ଭଟ୍ଟ । ପ୍ରଥମ ମ୍ୟୁଜିକାଲ-ରୋମାଣ୍ଟିକ-ଡ୍ରାମା ଫିଲ୍ମ ଆଶିକୀ ରିଲିଜ ହୋଇଥିଲା ୧୯୯୦ ମସିହାରେ ଏବଂ ଧମାକା କରିଥିଲା ବକ୍ସ ଅଫିସରେ । ଏହା ପରେ  ୨୦୧୩ ରେ ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏବଂ ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଅଭିନୀତ ଆଶିକୀ-୨ ଆସିଥିଲା । ଏହାର ବଡ ସଫଳତା ପରେ ମୋହିତ ସୁରୀ ତୃତୀୟ ଥର ପାଇଁ ଆଣୁଛନ୍ତି ଆଶିକୀକୁ ।

ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ sid and alia

ପ୍ରଥମ ଥର ପାଇଁ ସିଦ୍ଧାର୍ଥ ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛନ୍ତି । ସିଦ୍ଧାର୍ଥ ଏହି ବିଷୟରେ କହିଛନ୍ତି, ‘ଆମେ ସମସ୍ତେ ଏହି ଚଳଚ୍ଚିତ୍ରର ଅପେକ୍ଷାରେ ଅଛୁ । ଏଥିରେ କିଛିଟା ବିଳମ୍ବ ହେଉଛି କାରଣ ପ୍ରଥମେ ଲେଖକ ଏବଂ ପ୍ରଯୋଜକଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିବା ଆବଶ୍ୟକ । ଏହା ମୋ ପାଇଁ ମଧ୍ୟ ରହସ୍ୟ ରହିଛି। ତେବେ ଚଳଚ୍ଚିତ୍ରକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି।

ମୁଁ ପ୍ରଥମ ଥର ପାଇଁ ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛି । ତେବେ ଖବର ରହିଛି ଏହି ଚଳଚ୍ଚିତ୍ର ପାଇଁ ସିଦ୍ଧାର୍ଥ ଓ ଆଲିଆ ଭଟ୍ଟଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଇଛି । ଦୁହେଁ ଏକା ସାଙ୍ଗରେ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ସେଥିପାଇଁ ଦର୍ଶକ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ଏହି ସିନେମାକୁ ।

ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ Alia and sidharth

ପଢନ୍ତୁ ;

କେଉଁ ରାଶିର ବ୍ୟକ୍ତି ସହଜରେ ପ୍ରେମରେ ପଡନ୍ତି ଜାଣନ୍ତୁ

Related posts

ଆଲିଆ ଓ କାଟ୍ରିନାଙ୍କ ଦୋସ୍ତିରେ ଫାଟ!

Krishna Kumar Manoj

ଶ୍ରୀଦେବୀଙ୍କ କକା ବେଣୁଗୋପାଳ ରେଡି କହିଲେ ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା

Krishna Kumar Manoj

ଜାଆଁଳା ପୁତ୍ରର ଜନନୀ ହେଲେ ସନ୍ନି ଲିଓନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More