LIFESTYLE

ହୃଦଘାତ ଆସିବା ପୂର୍ବର ଜାଣନ୍ତୁ ଏହାର ଲକ୍ଷଣ କ’ଣ ?

ଜଣେ ବ୍ୟକ୍ତିକୁ ହୃଦଘାତ କେତେବେଳେ ବି ଆସିପାରେ । କିନ୍ତୁ ଆପଣ ଜାଣିଛନ୍ତି କି ହୃଦଘାତ ହେବାର ସଂକେତ ମାସେ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ।ହୃଦଘାତ ପୂର୍ବରୁ କେବଳ ଛାତିରେ ନୁହେଁ ହାତ, ଗୋଡ଼, ଦାନ୍ତ ଓ ଶିର ବିନ୍ଧା ହେବାର ଲକ୍ଷଣମାନ ରୋଗୀଠାରେ ପ୍ରକାଶ ପାଏ । ଯଦି ଆପଣଙ୍କ ଶରୀରରେ ଏଭଳି କିଛି ସମସ୍ୟା ପରିଲକ୍ଷିତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଜାଣନ୍ତୁ ହୃଦଘାତର ପୂର୍ବରୁ ଲକ୍ଷଣ :-

  • ଲଗାତାର ଭାବେ କାନ୍ଧ ବା ଅଣ୍ଟା ଯନ୍ତ୍ରଣା ହେଉଥିଲେ ସାବଧାନ ହୋଇଯାନ୍ତୁ । ହୃଦଘାତ ହେବା ପୂର୍ବରୁ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ।
  • ଲଗାତାର ଭାବେ ବାନ୍ତି ଓ ପେଟ ଯନ୍ତ୍ରଣା ହେବା ହୃଦଘାତର ପୂର୍ବ ଲକ୍ଷଣ ମଧ୍ୟରୁ ଅନ୍ୟତମ । ତେଣୁ ଡାକ୍ତରଙ୍କୁ ପରାମର୍ଶ କରି ତୁରନ୍ତ ଚିକିତ୍ସା ପଦ୍ଧତି ଅପଣାନ୍ତୁ।
  • ଖାଦ୍ୟ ହଜମ ନହେବା ଦ୍ଵାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଦୀର୍ଘଦିନ ଧରି ଖାଦ୍ୟ ହଜମ ନହେବା ହୃଦଘାତର ଲକ୍ଷଣ ହୋଇପାରେ ।
  • ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା କିମ୍ବା ଆବଶ୍ୟକ ନିଃଶ୍ଵାସ ନେଉଥିଲେ ମଧ୍ୟ ଏହାର କମି ଅନୁଭବ କରୁଥିଲେ ହୃଦଘାତର ସଂକେତ ହୋଇଥାଏ ।
  • ଯଦି ଆପଣଙ୍କ ମୁଣ୍ଡ ଲଗାତାର ଭାବେ ପୋଡ଼ାଜଳା ହେଉଛି । ତେବେ ସାବଧାନ ହୋଇଯାନ୍ତୁ । ନଚେତ୍ ଏହା ଘାତକ ହୋଇପାରେ ।
  • ଶରୀରରୁ ଆବଶ୍ୟକତାଠାରୁ ଅଧିକ ଝାଳ ବୋହିବା ହୃଦଘାତର ପୂର୍ବ ଲକ୍ଷଣ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି ।

ପଢନ୍ତୁ ;

ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

Related posts

ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

ENO Beuro

ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

ENO Beuro

ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

ENO Beuro

2 comments

Leave a Comment