LIFESTYLE

ଏହି ସବୁ ଲକ୍ଷଣ ଦେଖାଯାଉଥିଲେ, ଜାଣନ୍ତୁ ମସ୍ତିସ୍କ ଟ୍ୟୁମରର ଶିକାର ହୋଇଛନ୍ତି

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ମସ୍ତିସ୍କ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ୟାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ଏଭଳି କିଛି ଲକ୍ଷଣ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ଯାହା ବ୍ରେନ୍ ଟ୍ୟୁମର ଚିହ୍ନଟ କରାଇବାରେ ଆପଣଙ୍କୁ ସହାୟକ ହେବ ।

ଯଦି ଆପଣ ଆପଣଙ୍କ ଶରୀରକୁ ସନ୍ତୁଳିତ କରିପାରୁ ନାହାଁନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ । କାରଣ ଟ୍ୟୁମର ଶରୀରରେ ଥିବା କୋଷରାଶିକୁ ପ୍ରଭାବିତ କରିଥାଏ ।ଯାହା ମଣିଷ ଚାଲିବା ସମୟରେ ଅଧିକ ପ୍ରଭାବ ପକାଇଥାଏ ।

ବ୍ରେନ୍ ଟ୍ୟୁମରରେ ବିଶେଷ କରି ହୃଦ୍ ଘାତ ଜନିତ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କୁ କେବେ ହୃତ୍ ଘାତ ହୁଏ ତେବେ ତତକ୍ଷଣାତ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସ୍ମରଣଶକ୍ତି ହ୍ରାସ ପାଇବା ମଧ୍ୟ ବ୍ରେନ୍ ଟ୍ୟୁମରର ଅନ୍ୟ ଏକ ଲକ୍ଷଣ । ଯଦି ଆପଣଙ୍କର କୌଣସି କଥା ମନେରହୁ ନାହିଁ । ଏଥିସହ ଅନ୍ୟସବୁ ସ୍ୱଭାବରେ ପରିବର୍ତ୍ତନ ଦେଖାଦେବା ଯେପରିକି କଥାକହିବା ବେଳେ ଥଙ୍ଗେଇବା,ଶୁଣିବା ଓ ଦୃଷ୍ଟି ଶକ୍ତିରେ ସମସ୍ୟା ଦେଖାଦେବା ହଠାତ୍ ଶରୀରର ମାଂସ ପେଶୀ ବୃଦ୍ଧି ପାଇବାକୁ ଲାଗିଲେ ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ସମସ୍ୟା ବ୍ର୍ରେନ୍ ଟ୍ୟୁମରର ପ୍ରାଥମିକ ଲକ୍ଷଣ ଅଟେ ।

ଯଦିଓ, ବ୍ରେନ୍ ଟ୍ୟୁମର ଏକ ଆତ୍ମଘାତୀ ସମସ୍ୟା ରହି ଆସିଛି କିନ୍ତୁ ସମୟ ପୂର୍ବରୁ ଏହାକୁ ଏଡାଇ ଯାଇ ପାରିବ । ଏହାର ଚିକିତ୍ସା ଉପଚାର କିମୋଥେରାପି, ରେଡିଏସନ ଥେରାପି, ସର୍ଜରି ଆଦି ବିଭିନ୍ନ ଉପାୟରେ କରାଯାଇପାରିବ । କିନ୍ତୁ ସବୁଠାରୁ ବଡକଥା ହେଲା,ଏହାକୁ ସମୟ ପୂର୍ବରୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ।

ପଢନ୍ତୁ, ୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

Related posts

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

ENO Beuro

ତମ୍ବା ମୁଦି, ଚୁଡ଼ି କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧନ୍ତୁ ମିଳିବ ଅନେକ ଫାଇଦା!

ENO Beuro

ବିଳମ୍ବରେ ବିବାହ କଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More