ମୁସଲିମ ଯୁବକଙ୍କୁ ବଞ୍ଚାଇଲେ ଶିଖ ପୁଲିସ ଏସ୍ଆଇ
ଉତ୍ୟକ୍ତ ଲୋକଙ୍କ କବଳରୁ ଜଣେ ମୁସଲିମ ଯୁବକଙ୍କୁ ବଞ୍ଚାଇଥିବା ଉତ୍ତରାଖଣ୍ଡର ଜଣେ ଶିଖ ପୁଲିସ ଏସ୍ଆଇଙ୍କ ସାହସିକତାକୁ ଏବେ ସୋସିଆଲ ମିଡିଆରେ ଢେର ପ୍ରସଂଶା କରାଯାଇଛି । ଏପରିକି ତାଙ୍କୁ ପ୍ରକୃତ ହୀରୋ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୋଲିସ କର୍ମୀ ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ମଧ୍ୟରୁ ଜଣେ ମୁସଲିମ ଯୁବକଙ୍କୁ ବଞ୍ଚାଉଛନ୍ତି । ଏହି ଭିଡିଓ ଉତ୍ତରାଖଣ୍ଡର ନୈନିତାଲର । ପୋଲିସକର୍ମୀଙ୍କ ନାମ ଗଗନଦୀପ ସିଂହ। ସେ ଜଣେ ପୋଲିସ ସବ ଇନ୍ସପେକ୍ଟର । ଏହି ଶିଖ ପୋଲିସକର୍ମୀ ମୁସଲିମ ଯୁବକଙ୍କ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି। ସବ ଇନ୍ପପେକ୍ଟର ନିଜର ଜୀବନକୁ ବାଜିରେ ଲଗାଇ ଏକାକୀ ଆକ୍ରୋଶିତ ଭିଡ଼ ମଧ୍ୟରୁ ଯୁବକଙ୍କୁ ସୁରକ୍ଷିତ ବାହାର କରିଛନ୍ତି ।
ସୂଚନା ଅନୁଯାୟୀ ମେ ୨୨ରେ ନୈନିତାଲର ଏକ ମନ୍ଦିରରେ ବସିଥିଲେ ମୁସଲିମ ଯୁବକ-ହିନ୍ଦୁ ଯୁବତୀ । ଉଭୟଙ୍କୁ ଏକାଠି ବସିଥିବା ଦେଖି ସେଠାରେ ଉପସ୍ଥିତ ଲୋକେ ସେମାନଙ୍କୁ ପଚାରିବା ଆରମ୍ଭ କରିଥିଲେ । ପଚରାଉଚୁରାରେ ଜଣା ପଡ଼ିଲା ଯେ ଯୁବକ ଜଣକ ମୁସଲିମ ଏବଂ ଯୁବତୀ ଜଣକ ହିନ୍ଦୁ । ଉଭୟ ଭେଟିବାକୁ ମନ୍ଦିର ପହଞ୍ଚିଥିଲେ ।
ଲୋକେ ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ଯୁବକ ଜଣକ ମୁସଲିମ ତୁରନ୍ତ ଘେରି ନେଇଥିଲେ ଏବଂ ଧକ୍କା ମାରିବା ଆରମ୍ଭ କରି ଦେଇଥିଲେ ।ଲୋକଙ୍କ ଭିଡ଼ ବଢିଚାଲିଲା ସହିତ ମୁସଲିମ ଯୁବକଙ୍କୁ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଏହା ମଧ୍ୟରେ ସୂଚନା ମିଳିବା ପରେ ସବ ଇନ୍ସପେକ୍ଟର ଗଗନଦୀପ ସିଂହ ଏବଂ ଅନ୍ୟ ପୋଲିସ କର୍ମୀ ଘଟଣାସ୍ଥାଳରେ ପହଞ୍ଚିଥିଲେ । ସେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମାତ୍ର ଲୋକେ ବହୁତ ଉତ୍ତେଜିତ ଥିଲେ ।
ଭିଡ଼ ମଧ୍ୟରେ ଉପସ୍ଥିତ ଲୋକେ ପୋଲିସ ଆସିବା ପରେ ମଧ୍ୟ ଅଟକିନଥିଲେ ଏବଂ ସେମାନେ ମୁସଲିମ ଯୁବକଙ୍କୁ ମାରି ଚାଲିଥିଲେ। ଯୁବକଙ୍କୁ ବଞ୍ଚାଇବା ପାଇଁ ଗଗନଦୀପ ନିଜ ପାଖକୁ ଟାଣି ଆଣିଥିଲେ । ସେ ଯୁବକଙ୍କୁ ଲୋକଙ୍କ ମାଡରୁ ବଞ୍ଚାଇ ଚାଲିଲେ । ଏହା ସହିତ ସେ ଯୁବକଙ୍କ ମୁଣ୍ଡକୁ ନିଜ ହାତରେ ଘୋଡାଇ ରଖିଲେ । ଏହା ମଧ୍ୟରେ ଭିଡ଼ ମଧ୍ୟରୁ କେହି ଜଣେ ଗଗନଦୀପଙ୍କୁ ମଧ୍ୟ ମାରିଥିଲେ, ମାତ୍ର ସେ ହଟିନଥିଲେ ଏବଂ ମୁସଲିମ ଯୁବକଙ୍କୁ ନିଜଠୁ ଅଲଗା ହେବାକୁ ଦେଇନଥିଲେ । ଏହି ପରି ସେ ଉକ୍ତ ଯୁବକଙ୍କୁ ଭିଡ଼ ମଧ୍ୟରୁ ରକ୍ଷା କରିଥିଲେ ।
ପଢନ୍ତୁ ;
ପଙ୍ଖାରେ ଝୁଲିଲେ ପ୍ରେମିଯୁଗଳ : କୋଲକାତାରୁ ଆସି ରାଜଧାନୀରେ ଆତ୍ମହତ୍ୟା !