Entertainment

ବାଜି ମାରିନେଲେ ଶିଳ୍ପା ସିନ୍ଦେ

ଚର୍ଚ୍ଚିତ ରିୟଲିଟି ସୋ’ ବିଗ୍‌ ବସ୍‌-୧୧ର ବିଜେତା ହୋଇଛନ୍ତି ଶିଳ୍ପା ସିନ୍ଦେ । ଚୂଡାନ୍ତ ପର୍ଯ୍ୟାୟରେ ୪ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶିଳ୍ପା (୪୦ବର୍ଷ) ବିଜେତା ହୋଇଛନ୍ତି ।ବିଗ ବସଙ୍କ ଘରେ ଶିଳ୍ପା ସିନ୍ଦେ ୧୦୫ଦିନ କଟାଇଥିଲେ। ଆଜି ସନ୍ଧ୍ୟାରେ ଗ୍ରାଣ୍ଡଫାଇନାଲ ସମୟରେ ୪ ଜଣ ପ୍ରତିଯୋଗୀ ରହିଥିଲେ। ଘରୁ ପ୍ରଥମେ ପୁନିଷ ଶର୍ମା ବାହାରିଥିଲେ ଯିଏ କି ଚତୁର୍ଥ ସ୍ଥାନରେ ରହିଥିଲେ।

ଟିଭି ଧାରାବାହିକ ‘ଭାବିଜି ଘର ପର ହେ’ର ଅଭିନେତ୍ରୀ ଶିଳ୍ପାଙ୍କୁ ବଲିଉଡ ଅଭିନେତା ସଲମାନ ଖାଁ ଟ୍ରଫି ପ୍ରଦାନ କରିଥିଲେ।  ପୁରସ୍କାର ବାବଦରେ ତାଙ୍କୁ ୪୪ଲକ୍ଷ ଟଙ୍କା ଓ ଟ୍ରଫି ମିଳିଛି। ହିନା ଖାଁ ରନର୍ସ ଅଫ ହୋଇଛନ୍ତି ।୧୯୯୯ରେ ଟିଭି କ୍ୟାରିୟର ଆରମ୍ଭ କରିଥିବା ଶିଳ୍ପା ‘ଅଙ୍ଗୁରୀ ଭାବୀ’ ଚରିତ୍ର ପାଇଁ ବେଶ ଲୋକପ୍ରିୟ ।

ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ ବଲିଉଡ ଅଭିନେତା ସଲମାନ ଖାଁ ଓ ଅକ୍ଷୟ କୁମାର । ପ୍ରାୟ ତିନିମାସ ଧରି ଏହି ରିୟଲିଟି ଶୋ’ ପ୍ରତିଯୋଗିତା ଚାଲିଥିଲା । ଶିଳ୍ପାଙ୍କ ସହ ଚୂଡାନ୍ତ ପର୍ଯ୍ୟାୟକୁ ଯାଇଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ହିନା ସିନେ୍ଦ, ବିକାଶ ଗୁପ୍ତା ଓ ପୁନିଷ ଶର୍ମା ।

ପଢନ୍ତୁ ;

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

Related posts

#MeToo ବିବାଦ: ଏହି ମହିଳାଜଣଙ୍କ ବିଗ୍‌ ବି ଅମିତାଭଙ୍କ ନାଁ ରେ କଲେ ବଡଖୁଲସା

ENO Beuro

ଜେଲ ଗଲେ ଅଭିନେତା ରାଜପାଲ ଯାଦବ

ENO Beuro

ଓଲିଉଡ ପରେ ବଲିଉଡ :‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ଓଡିଆ ପୁଅ ଶଶାଙ୍କ

ENO Beuro

1 comment

Leave a Comment