Entertainment

ସିଲସିଲା ବଦଲତେ ରିସ୍ତୋଁ କା: ଦ୍ରଷ୍ଟିଙ୍କ ପରେ ଶୋ’ରୁ ବିଦାୟ ନେଲେ ଏହି ଆକ୍ଟର

କଲର୍ସରେ ପ୍ରସାରିତ ବିବାଦୀୟ ଶୋ ‘ସିଲସିଲା ବଦଲତେ ରିସ୍ତୋଁ କା’ରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳିଥାଏ । ନିକଟରେ ନନ୍ଦିନୀ ( ଦ୍ରଷ୍ଟି ଧାମୀ) ଶୋ’କୁ ଅଲ୍‌ବିଦା କହିଦେଇଛନ୍ତି। ସେ କାହିଁକି ସିରିଅଲ ଛାଡ଼ିଲେ ତାହା ଏ ପର୍ୟାନ୍ତ ଜଣାପଡିନାହିଁ।

ଏହି ଘୋଷଣା କରି ସେ ନିଜ ପ୍ରଶଂସକଙ୍କ ମନ ଭାଙ୍ଗିଦେଇଛନ୍ତି ନିଶ୍ଚୟ। ସିରିଏଲକୁ ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଓ ଟିପ୍ପଣୀ ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।

abhinahb [object object] ସିଲସିଲା ବଦଲତେ ରିସ୍ତୋଁ କା: ଦ୍ରଷ୍ଟିଙ୍କ ପରେ ଶୋ’ରୁ ବିଦାୟ ନେଲେ ଏହି ଆକ୍ଟର abhinab

ଅନ୍ୟପଟେ ସିରିଏଲ ପ୍ରଯୋଜକ ସଞ୍ଜୟ ୱାଧୱା ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୃଷ୍ଟି ମା ଭୂମିକାରେ ଭଲ ଅଭିନୟ କରିପାରୁନାହାନ୍ତି । ସେଥିପାଇଁ ସେ ସିରିଏଲରୁ ବିଦାୟ ନେଇଛନ୍ତି । ୨୦୧୬ ମସିହାରେ ପ୍ରସାରଣ ହୋଇଥିବା “ଏକ ଥା ରାଜା ଏକ ଥା ରାଣୀ” ରେ ମଧ୍ୟ ସେଇ ସମାନ ଅସୁବିଧା ପାଇଁ ସେ ସିରିଏଲ ଛାଡିଦେଇଥିଲେ । ସେ ଭୂମିକା ପାଇଁ ବିଲକୁଲ ଫିଟ ନୁହନ୍ତି ବୋଲି ପ୍ରଯୋଜକ କହିଛନ୍ତି । ସିରିଏଲ ଅଭିନେତାଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ପରକୀୟା ପ୍ରୀତି ସିରିଏଲ ଛାଡିବା ପାଇଁ ଦାୟୀ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ,  ଦ୍ରଷ୍ଟି ସିରିଏଲ ଛାଡିବାପରେ ଆଉ ଜଣେ ଅଭିନେତା ଅଭିନବ ଶୁକ୍ଳା ମଧ୍ୟ ସିରିଏଲ ଛାଡିଛନ୍ତି । ତେବେ ଏହା ପଛର କାରଣ ଏଯାଏଁ ଜଣାପଡୁନି। ସେ ଏହି ବିଷୟରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାରେ ଏକ ଇମୋସ୍‌ନାଲ୍‌ ପୋଷ୍ଟ୍‌ ଲେଖିଥିଲେ। ଏହା ସହ ସେ ନିଜ ଶୋ’ର ପ୍ରଥମ ଦିନ ଶୁଟିଂର ଏକ ଫଟୋ ବି ଶେୟାର କରିଥିଲେ।

ଅଭିନବ ଭିଲେନ ଭୂମିକା ନିର୍ବାହ କରୁଥିଲେ। ସିରିଏଲରେ ନନ୍ଦିନୀ ଭୂମିକାରେ ଦୃଷ୍ଟି ଅଭିନୟ କରୁଥିବାବେଳେ କୁନାଲ ଭୂମିକାରେ ଶକ୍ତି ଆରୋରା ଅଭିନୟ କରୁଥିଲେ । ସେହିଭଳି ରାଜଦୀପ ଭୂମିକାରେ ଅଭିନବ ଅଭିନୟ କରୁଥିଲେ।

ପଢନ୍ତୁ; କମୁଛି ବଲିଉଡ ଅଭିନେତ୍ରୀ ସୋନାଲିଙ୍କ ଦୃଷ୍ଟିଶକ୍ତି

Related posts

ଏହି ଧାରାବାହିକରେ ନଜର ଆସିବେ ଲୋକପ୍ରିୟ ନାୟକ ଋଷି

ENO Beuro

ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଆଉ ଏକ ବାପା-ଝିଅ ଯୋଡି

ENO Beuro

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା ଏବଂ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More