Loading...

ଆଜି ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି: ବୟସ ବଢ଼ୁଛି, ତଥାପି ଅପରାଜେୟ

ଆଜି ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି: ବୟସ ବଢ଼ୁଛି, ତଥାପି ଅପରାଜେୟ

୧୯୯୭ ମସିହାରେ ଗଠନ ହେଲା ବିଜେଡି। ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ଓ ହକ୍‌ର ଲଢ଼େଇ ପାଇଁ ଦଳ ଗଠନ ହୋଇଥିଲା। କିନ୍ତୁ ଏହି ଦଳ ଓଡ଼ିଶା ରାଜନୀତିରେ କେତେଦୂର ନିଜ ସ୍ଥିତି ସୁଦୃଢ଼ କରିପାରିବ, ତାହାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ।

ଆଜି ୨୫ ପୂରି ୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ସିଧାସଳଖ ସଭାସ୍ଥଳକୁ ଯାଇ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ । ସମାବେଶରେ ଯୋଗ ଦେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ ହଜାର କର୍ମକର୍ତ୍ତା । ସେମାନଙ୍କୁ ମାର୍ଗଦର୍ଶନ କରାଇବେ ବିଜେଡି ସୁପ୍ରିମୋ ଶଙ୍ଖକ୍ଷେତ୍ରରେ ୨୦୨୪ ନିର୍ବାଚନ ପାଇଁ ଭିତ୍ତିପ୍ରସ୍ତର ପକାଇବ ବିଜେଡି । ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ଗତ ୨୫ ବର୍ଷ ଧରି ଦଳ କିଭଳି ସଫଳତା ହାସଲ କରିଛି ଓ ଏହି ଧାରା ବଜାୟ ରଖିବା ନେଇ ନେତା ଓ କର୍ମୀଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେବେ । ବିଜେଡି ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହକୁ ଦୃଷ୍ଟିରେ ପୁରୀରେ ସୁରକ୍ଷା କଡ଼ାକଡ଼ି । ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦୦ ଜଣ ଦକ୍ଷ ଅଫିସର ଓ ୩ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଗାଡି ଗୁଡିକ ପାର୍କିଂ ପାଇଁ ତାଳବଣିଆ ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ବୟସ ବଢ଼ୁଛି, ତଥାପି ଅପରାଜେୟ

୧୯୯୭ ମସିହାରେ ଗଠନ ହେଲା ବିଜେଡି। ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ଓ ହକ୍‌ର ଲଢ଼େଇ ପାଇଁ ଦଳ ଗଠନ ହୋଇଥିଲା। କିନ୍ତୁ ଏହି ଦଳ ଓଡ଼ିଶା ରାଜନୀତିରେ କେତେଦୂର ନିଜ ସ୍ଥିତି ସୁଦୃଢ଼ କରିପାରିବ, ତାହାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ। ପୁଣି ଦଳର ନେତୃତ୍ବ ନେଲେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ପଟ୍ଟନାୟକ। ଆଶା-ଆଶଙ୍କା ଭିତରେ ବିଜେଡି ତା’ର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲା। ୨୦୦୦ ମସିହାରେ ପ୍ରଥମ ଥର ନବୀନଙ୍କ ନେତୃତ୍ବରେ ବିଜେଡି ସାଧାରଣ ନିର୍ବାଚନକୁ ସାମ୍ନା କରିଥିଲା। ସେତେବେଳେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନକୁ ଓହ୍ଲାଇଥିଲା। ପ୍ରଥମ ପଦାର୍ପଣରେ ଦଳର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ଥିଲା। ୭୨ଟି ଆସନ ଦଖଲ କରିଥିଲା ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସଭାପତି ନବୀନ ପଟ୍ଟନାୟକ। ୨୦୦୪ରେ ପୁଣି ବିଜେଡି-ବିଜେପି ମେଣ୍ଟ କ୍ଷମତା ଦଖଲ କଲା। ବିଜେଡି ୨୦୦୦ ମସିହା ତୁଳନାରେ ସିଟ୍ ସଂଖ୍ୟା କମିଥିଲେ ବିଧାନସଭାରେ ବିଜେଡିର ଆସନ ଥିଲା ସର୍ବାଧିକ। ପୁଣି ଥରେ ଶାସନର ମଙ୍ଗ ଧରିଲେ ନବୀନ। ୨୦୦୯ରେ ବିଜେପି ହାତ ଛାଡ଼ିଦେଲା ବିଜେଡି। ଆଉ ମେଣ୍ଟ ନୁହେଁ, ପ୍ରଥମ ଥର ପାଇଁ ଏକାକୀ ୧୪୭ ଆସନରେ ଲଢ଼ିଲା ବିଜେଡି। ଫଳାଫଳ ବି ଥିଲା ଆଶାତୀତ। ୧୦୭ ସିଟ୍ ଦଖଲ କଲା ଦଳ। ତୃତୀୟ ଥର ପାଇଁ ନବୀନ ଓଡ଼ିଶାର ଶାସନର ମଙ୍ଗ ଧରିଥିଲେ। ଏଥର ଆଉ ମେଣ୍ଟ ସରକାର ନଥିଲା। ବିପୁଳ ସଫଳତା ପାଇ ନବୀନ ନିଷ୍କଣ୍ଟକ ଭାବେ ଶାସନ କଲେ।ଏହା ପରଠାରୁ ସବୁ ନିର୍ବାଚନରେ ବିଜେଡିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। ସବୁ ନିର୍ବାଚନରେ କୌଣସି ରାଜନୈତିକ ଅଙ୍କ ନବୀନଙ୍କ ରଣନୀତି ପାଖରେ କାମ କରୁ ନାହିଁ। ପଞ୍ଚାୟତ, ପୌର ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ଯାଏ, ସବୁଥିରେ ନବୀନଙ୍କ ରଣନୀତି ସଫଳତା ପାଉଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ସରଳତା ଓ ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ହିଁ ବିଜେଡି ପାଇଁ ସବୁଠାରୁ ବଡ଼ ପୁଞ୍ଜି ପାଲଟିଯାଇଛି। ପ୍ରତ୍ୟେକ ନିର୍ବାଚନରେ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖି ବିଜେଡି ନେତାମାନେ ନିର୍ବାଚନ ଲଢ଼ୁଛନ୍ତି। ଆଉ ସାଧାରଣ ଜନତା ଗଭୀର ଆସ୍ଥା ସ୍ଥାପନ କରୁଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.