News

ସୀମାଞ୍ଚଳ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ,୭ ମୃତ,୩୬ ଆହତ

train

୧୧ଟି ବଗି ରେଳଧାରଣାରୁ ବାହାରକୁ ଚାଲି ଯାଇଥିଲା

ବିହାରର ବୌଶାଳି ଜିଲ୍ଲା ଅନ୍ତର୍ଗତ ସାହଦେଇ ବୁଜୁର୍ଗ ଅଞ୍ଚଳରେ ରବିବାର ଭୋର ସମୟରେ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ୧୨୪୮୭ ଯୋଗବାଣୀ-ଆନନ୍ଦବିହାର ସିମାଞ୍ଚଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଯୋଗୁ ୭ ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଆହୁରି ୩୬ ଜଣ ଆହତ ହୋଇଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବଗିଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ପୂର୍ବ କେନ୍ଦ୍ରୀୟ ରେଳ ଜୋନ୍‌ର ମୁଖ୍ୟ ଜନସଂପର୍କ ଅଧିକାରୀ ରାଜେଶ କୁମାର କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ଲାଇନ୍‌ଚ୍ୟୁତ ମାମଲା ବୋଲି ଜଣାପଡ଼ୁଛି। ତେବେ ବିଶେଷଜ୍ଞ ଦଳ ଏହାର ସବିଶେଷ ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ ମୃତକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ରେଳମନ୍ତ୍ରୀ ପିୟୂଷ ଗୋୟଲ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ କମ୍‌ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପଢନ୍ତୁ;  ପଦ୍ମଶ୍ରୀ ଫେରାଇଲେ ମଣିପୁରୀ ଫିଲ୍ମ ନିର୍ମାତା

Related posts

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ENO Beuro

କନଷ୍ଟେବଳଙ୍କ ମାନବିକତା: ହୃଦଘାତ ରୋଗୀଙ୍କୁ ବଞ୍ଚାଇଲେ

ENO Beuro

ଆଉ ୯ଟି ସହର ସାମିଲ ହେଲା ସ୍ମାର୍ଟ ସିଟି ତାଲିକାରେ

ENO Beuro

Leave a Comment