Entertainment

ରିଲିଜ ହେଲା ‘ସିମ୍ବା’ର ଟ୍ରେଲର

simmabba

ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ସିମ୍ବାର ଟ୍ରେଲର ରିଲିଜ ହୋଇଛି। ରୋହିତ ସେଟ୍ଟୀ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି। ‘ସିମ୍ବା’ ଫିଲ୍ମ ହେଉଛି ସାଉଥ୍ ଫିଲ୍ମ ‘ଟେମ୍ପର’ର ହିନ୍ଦି ରିମେକ୍। ତେଲୁଗୁ ଭାଷାରେ ନିର୍ମିତ ‘ଟେମ୍ପର’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୁନିଅର ଏନ୍‌ଟିଆର। ‘ସିମ୍ବା’ ଫିଲ୍ମରେ ରଣବୀର ଏକ ଲାଞ୍ଛଖୋର ପୋଲିସ୍ ଅଫିସର ଭୁମିକାରେ ଅଭିନୟ କରିଛନ୍ତି। ଯେତେବେଳେ ଦୁର୍ନିତିର ପ୍ରଭାବ ନିଜ ପରିବାର ଉପରକୁ ଆସୁଛି, ଆରମ୍ଭ ହୋଇଛି ରଣବୀରଙ୍କ ଆଙ୍ଗ୍ରୀ ଲୁକ।simba

ଆଉ ଏକ ଖାସ କଥା ହେଉଛି ଫିଲ୍ମରେ ଅଜୟ ଦେବଗନ୍ ସିଙ୍ଘମ ଅବତାରରେ ଏଣ୍ଟ୍ରି କରିବେ । ଫିଲ୍ମରେ ଗେଷ୍ଟ ଆପିଏରାନ୍ସ ରୂପେ ସିଙ୍ଘମ କ୍ଲାଇମାକ୍ସରେ ନଜର ଆସିବେ ଓ ‘ସିମ୍ବା’କୁ ସାହାଯ୍ୟ କରିବେ ।ସାରା ଅଲ୍ଲୀ ଖାନ୍ ଙ୍କର ଏହା ଦ୍ୱିତୀୟ ଫିଲ୍ମ । ଟ୍ରେଲରରେ ସେ ନିଜ କ୍ୟୁଟ୍ ଗର୍ଲ ଅବତାରରେ ଦର୍ଶକଙ୍କ ହୃଦୟ ଜିତିଦେଇଛନ୍ତି । ‘ସିମ୍ବା’ ପରେ ଫିଲ୍ମ ଲାଇନରେ ତାଙ୍କ କ୍ୟାରିୟର ସଫଳତାର ସିଢି ଚଢିପାରେ । ତେବେ ଫିଲ୍ମଟି ୨୮ ଡିସେମ୍ବରରେ ରିଲିଜ ହେବ ।

ପଢନ୍ତୁ; ଦୁଇ ଦିନିଆ ରିମାଣ୍ଡରେ ଗଲେ ଫୟାଦ ରେହମାନ

Related posts

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ସୋନାମ କପୁର !

ENO Beuro

ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମବାର୍ଷିକୀ:ଏହି ଖାସ ଅବସରରେ ଜାହ୍ନବୀ ସେୟାର କଲେ ଫ୍ୟାମିଲି ଫଟୋ

ENO Beuro

‘ଟୋକାଟା ଫସିଗଲା’ ସିନେମାରେ ପ୍ରଥମ ଥର ନଜର ଆସିବେ ଏହି ଯୋଡି

ENO Beuro

Leave a Comment