News

ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଆଜି ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ଆଜି ଠାରୁ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭପଭୋଗ କରିବା ସହିତ ବଣଭୋଜି କରି ମଧ୍ୟ ଆନନ୍ଦ ଉଠାଇ ପାରିବେ । ପିଠାବଟା ଓ କାଳିଅଣା ଫାଟକ ଦେଇ ପର୍ଯ୍ୟଟକମାନେ ପ୍ରବେଶ କରୁଛନ୍ତି ।

similipal

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ହେଲେ କାଳିଆଣୀ ଗେଟ୍ ଦେଇ ଯିବାକୁ ହେବ। ଯଶୀପୁର NH 49 ରୁ ଏହାର ଦୂରତା ୧୪ କିଲୋମିଟର। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ ରହିଛି। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର ପକ୍ଷୀ ବି ଦେଖିପାରିବେ।

ଅଭୟାରଣ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନିୟମାବଳୀମାନ ପାଳନ ନିମନ୍ତେ ଏକ ଲିଖିତନାମା ଦେବେ । ପର୍ଯ୍ୟଟକମାନେ ବୁଲାବୁଲି କରି ସାରିବା ପରେ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡିବ ବୋଲି ନିୟମ ହୋଇଛି । ତେବେ ଯେଉଁମାନେ ରାତ୍ରୀଯାପନ କରିବେ ସେମାନେ ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ନିହାତି ଜରୁରୀ ଅଟେ।

ପଢନ୍ତୁ; ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିର ସେବାୟତ

Related posts

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ENO Beuro

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More