ଆଜିଠୁଁ ପର୍ଯ୍ୟଟକଙ୍କୁ ସ୍ଵାଗତ ଜଣାଉଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

ଆଜିଠୁଁ ପର୍ଯ୍ୟଟକଙ୍କୁ ସ୍ଵାଗତ ଜଣାଉଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

ପର୍ଯ୍ୟଟନପ୍ରେମୀ ମାନଙ୍କ ପାଇଁ ସୁସମ୍ବାଦ । ଆଜିଠାରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କୁ ସ୍ଵାଗତ ଜଣାଉଛି । ଦୀର୍ଘଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳକୁ ରାସ୍ତା ବିଚ୍ଛିନ୍ନ ହେବାଫଳରେ ପର୍ଯ୍ୟଟକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଅଭୟାରଣ୍ୟ ବନ୍ଦ ଥିଲା । ପର୍ଯ୍ୟଟକମାନେ ଅଭୟାରଣ୍ୟର କୁମାରୀ ,ଗୁଡୁଗୁଡିଆ ,ରାମତୀର୍ଥ ଓ ଜାମୁଆଣି ସ୍ଥିତ ଅତିଥିଷାଳାରେ ରାତ୍ରିଯାପନ କରିପାରିବେ ।

ପର୍ଯ୍ୟଟକମାନେ ସକାଳ ୬ ଟାରୁ ୯ ଟା ମଧ୍ୟରେ ଯଶିପୁର କାଳିଆଣି ତନଖି ଫାଟକ ଦେଇ ଶିମିଳିପାଳ ଭିତରକୁ ପ୍ରବେଶ କରିବେ । ଅପରାହ୍ନ ୩ ଟା ପୂର୍ବରୁ ଯୋରନ୍ଦା, ବରେହୀପାଣି ଓ ୪ ଟା ପୂର୍ବରୁ ଚହଲା ଜଳପ୍ରପାତ ଛାଡିବାକୁ ପରାମର୍ଶ ଦିଆଯାଇଛି । ଯଶିପୁର ପଟେ ସର୍ବାଧିକ ୩୫ଟି ଓ ଲୁଲଂ ପଟେ ସର୍ବାଧିକ ୨୫ଟି ଚାରି ଚକିଆ ଯାନ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ଯଶିପୁର କାଳିଆଣି ତନଖି ଫାଟକ ଓ ଲୁଲୁଙ୍ଗ ସ୍ଥିତ ପିଛାବଟା ଫାଟକରେ ପ୍ରଥମ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯିବ ।

ପ୍ରଥମ ଦିନରେ ଶିମିଳିପାଳ କର୍ତ୍ତୃପକ୍ଷ ପର୍ଯ୍ୟଟକ ମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି। ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ କିଛି ପର୍ଯ୍ୟଟକ ଆଜି ଆସିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଯେଉଁମାନେ ବନ୍ୟଜନ୍ତୁ ଉପରେ ଗବେଷଣା କରୁଛନ୍ତି । ଶିମିଳିପାଳର ପ୍ରାକୃତିକ ପରିବେଶ ସହ ସୁଉଚ୍ଚ ଝରଣା ଏବଂ ତା ସାଙ୍ଗକୁ ବନ୍ୟଜନ୍ତୁଙ୍କୁ ଦେଖି ମଜା ନେଉଛନ୍ତି ପର୍ଯ୍ୟଟକ।

ପର୍ଯ୍ୟଟକମାନଙ୍କ ଭ୍ରମଣ ସୁଖପ୍ରଦ ହେଉ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନବିଭାଗ ପକ୍ଷରୁ ଶୁଭେଚ୍ଛା ଦିଆଯିବାର ଆୟୋଜନ ହୋଇଛି । ପର୍ଯ୍ୟଟକମାନେ ରାତ୍ରିଯାପନ ପାଇଁ www.ecotourodisha.com ରେ ଆଗୁଆ ସଂରକ୍ଷଣ କରିପାରିବା ନେଇ ସୂଚନା ଦିଆଯାଇଛି ।

ଆଜିଠୁଁ ପର୍ଯ୍ୟଟକଙ୍କୁ ସ୍ଵାଗତ ଜଣାଉଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

ପଢନ୍ତୁ, ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍ 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More