Featured

ଜୀବନରେ ସଫଳତା ହାସଲ କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ କେତୋଟି ଉପାୟ

ଜୀବନରେ କିଏ ବା ସଫଳତା ହାସଲ କରିବାକୁ ନ ଚାହେଁ । ସମସ୍ତେ ଚାହାଁନ୍ତି ଯେ ଜୀବନରେ ଜଣେ ସଫଳ ମଣିଷ ହେବେ। ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି,ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।କାରଣ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ହିଁ କେବଳ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିହେବ।ନିଜର ଲକ୍ଷ୍ୟ ସ୍ଥିର କରିବାପରେ ଅକ୍ଳାନ୍ତ ପରିଶ୍ରମ କରିବାକୁ ଭୟ କଲେ ଜୀବନରେ ସଫଳ ହେବେ ନାହିଁ।କାରଣ ପରିଶ୍ରମର କିଛି ବିକଳ୍ପ ନାହିଁ ।

ଯଦି ଜୀବନରେ ସଫଳତା ହାସଲ କରିବାକୁ ଚାହୁଛନ୍ତି,  ଆପଣାନ୍ତୁ କେତୋଟି ଉପାୟ ।

୧॰  ମନରୁ ନକରାତ୍ମକ ଭାବନା କୁ ଦୂର କରିବା ଦରକାର । ଯଦି ଆପଣ ସର୍ବଦା ଭାବିବେ ଯେ ମୁଁ ଏବେ କୌଣସି କାମପାଇଁ ପ୍ରସ୍ତୁତ ନୁହେଁ,ତା’ ହେଲେ କେବେ ବି ଏଥିପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ନାହିଁ । ଏଣୁ ନିଜ ଉପରେ ବିଶ୍ୱାସ ବା ଆସ୍ଥା ନ ରହିଲେ କେବେବି  ଆପଣ ସଫଳ ହୋଇପାରିବେ ନାହିଁ ଜୀବନରେ । ତେଣୁ ପ୍ରଥମେ  ସଫଳସବୁ ନକରାତ୍ମକ ଭାବନା କୁ ମନରୁ କାଢିବା ଉଚିତ । ତେବେ ଯାଇ ସଫଳତାକୁ ହାସଲ କରିବାରେ ଆପଣ ସକ୍ଷମ ହୋଇବେ।

୨ ॰ ଯଦି ଏକା ସମୟରେ ଅନେକ ଗୁଡ଼ିଏ କାମରେ ହାତ ଦେବେ, ତାହାଲେ ଆପଣ ନିଶ୍ଚିତ ରୂପରେ ଅସଫଳ ହେବେ । କିନ୍ତୁ ଯଦି ଗୋଟିଏ ସମୟରେ କେବଳ ଗୋଟିଏ କାମ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରି ରଖିବେ,ତେବେ ସଫଳତା ପାଇବାଟା ଆପଣଙ୍କ ପାଇଁ ସହଜସାଧ୍ୟ ହେବ।

୩ ॰ ସମୟ ଉପରେ ଗୁରୁତ୍ଵ ଦିଅନ୍ତୁ । କେଉଁ ସମୟରେ କେଉଁ କାମ କରିବେ ତାହାର ଏକ ତାଲିକା କରନ୍ତୁ ଓ ସେହି ଅନୁଯାଇ କାର୍ଯ୍ୟ କରନ୍ତୁ । କାମ ସହ ନିଜ ପରିବାର, ସାଙ୍ଗ ସାଥି ଙ୍କୁ ମଧ୍ୟ ସମୟ ଦେବାକୁ ଚେଷ୍ଟା କରନ୍ତୁ ।

୪ ॰ ବର୍ତମାନ ସମୟ ଉପରେ ଧ୍ୟାନ ଦିଅନ୍ତୁ । ଅନେକ ବ୍ୟକ୍ତି ନିଜର ପଛ କଥା କୁ ମାନେ ପକାଇ ଆଗକୁ ବଢି ପାରନ୍ତି ନହିଁ । କିନ୍ତୁ ଯେଉଁ ସମୟ ଅଛି ଆଉ ଯାହା ଆସୁଛି ତା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ସେ ସମୟକୁ କିଭଳି ଭାବେ ଭଲରେ ଉପୋଯୋଗ କରିପାରିବେ ତ ପ୍ରତି ସତର୍କ ରୁହନ୍ତୁ ।

୫ ॰ ନିଯେ ଯେଉଁ କାର୍ଯ୍ୟରେ ଅଧିକ ଦକ୍ଷ ସେ କାର୍ଯ୍ୟ କରିବାରେ ଆଗ୍ରହ କରନ୍ତୁ । ଯେମିତି କି ଚିତ୍ର କରିବା, ଘର ତୋଳିବା, ଘରକୁ ସଜେଇବା, ସିଲେଇ, ରୋଷେଇ, ଗାଡି ମରାମତି କରିବା, କମ୍ପୁଟର ଚଳେଇବା ଇତ୍ୟାଦି ।  ଆପଣାକୁ ଆଗକୁ ଯିବାରେ ସହାୟକ ହବ । କିଛି ନୂଆ କରିବାର ଅନୁଭୂତି ଆସିବା ।

ଜୀବନରେ ସଫଳତା ହାସଲ କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ କେତୋଟି ଉପାୟ  ଜୀବନରେ ସଫଳତା ହାସଲ କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ କେତୋଟି ଉପାୟ

ଅଧିକ ଯାନତୁ ବଲିଉଡ ନାୟିକା ଙ୍କ ନିଜ ଫିଟନେସ ଖର୍ଚ

Related posts

ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

ENO Beuro

ଦାନ୍ତ କୁ ସଫା ଓ ଚମକଦାର ରଖିବାକୁ ଆପଣାନ୍ତୁ କିଛି ଘରୋଇ ଉପଚାର

ENO Beuro

Ruchi Prativa Samman – 2017 At Saheed Bhawan On August 19

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More