LIFESTYLE

ଗରମ ଦିନେ କେଶର ଯତ୍ନ ନେବା ପାଇଁ ଆପଣାନ୍ତୁ ଏହି ଉପାୟ

ଗରମ ଦିନେ କେଶର ଯତ୍ନ ପାଇଁ କିଛି ଟିପ୍ସ

ଗରମ ଦିନରେ କିଭଳି ଆପଣ ଆପଣଙ୍କ କେଶର ଖାସ ଯତ୍ନ ନେବେ ସେ ବିଷୟରେ ଆସନ୍ତୁ ଜାଣିବା । ସପ୍ତାହରେ ଥରେ ହେଲେ ବି କେଶରେ ତେଲ ଲଗାନ୍ତୁ  ଏବଂ ତାକୁ ବେଣୀ କରି ଛାଡି ଦିଅନ୍ତୁ । ଏହା ଦ୍ୱାରା କେଶ ବଢି ଥାଏ ଏବଂ ସୁସ୍ଥ ରହିଥାଏ ।

ଯେତେବେଳେ ସଂଧ୍ୟା ସମୟରେ ଫ୍ରି ରହୁଛନ୍ତି ସେତେବେଳେ ନିଶ୍ଚିତ ଭାବରେ କେଶକୁ ଭଲଭାବରେ ଗୁଣ୍ଡାଇ ତାକୁ ବାନ୍ଦି ଦିଅନ୍ତୁ ।ଏହି ସମୟରେ ବିଶେଷ କରି କେଶରେ ହେୟାର ଡ୍ରାୟର ଆଦିର ପ୍ରୟୋଗ ନ କରିବା ଉଚିତ୍ । ଏହାଦ୍ୱାରା କେଶ ଅଧିକ ଶୁଷ୍କ ହେବା ସହ ଝଡିଥାଏ ।

ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ସେତେବେଳେ କେଶକୁ କୌଣସି କପଡାରେ ଢାଙ୍କି ଯାଆନ୍ତୁ । କାରଣ ଖରାର ସିଧାସଳଖ ପ୍ରଭାବ କେଶ ଉପରେ ହିଁ ବେଶୀ ପଡିଥାଏ ।

କେଶକୁ ସଫା କରିବାର ପାଖାପାଖି ଏକ ଘଂଟା ପୂର୍ବରୁ ସେଥିରେ ତେଲ ମାଲିସ କରାନ୍ତୁ । ଏବଂ ତାପରେ ଯାଇ କେଶକୁ ସଫା କରନ୍ତୁ । ଏହାଛଡା ପ୍ରତିଦିନ କେଶ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା କେଶରେ ଥିବା ପ୍ରାକୃତିକ ପୋଷଣ ନଷ୍ଟ ହୋଇଥାଏ ଏବଂ କେଶ ରୁକ୍ଷ୍ୟ ଦେଖାଯାଇଥାଏ ।

କେଶ କୁଣ୍ଡାଇବା ସମୟରେ ବ୍ୟବହାର କରୁଥିବା ହେୟାର ବ୍ରସ୍ ବଦଳରେ ବଡ ତଥା ଚଉଡା ଦାନ୍ତ ଥିବା ପାନିଆ ବ୍ୟବହାର କରିବା ଉଚିତ ।

ଯଦି ଆପଣ ସମୁଦ୍ରରେ ଗାଧେଇବାକୁ ଯାଉଛନ୍ତି ତେବେ ବାହାରେ ଆସି ଏହାକୁ ପୁଣି ଥରେ ଭଲ ପାଣିରେ ଧୋଇ ସଫା କରି ଦିଅନ୍ତୁ ।

ପାଣିପାଗକୁ ଦୃଷ୍ଟିରେ ରଖି କେଶରେ ସାଧାରଣତଃ ତେଲ ବଦଳରେ ହେୟାର ସେରମ୍ ଲଗାଇବା ଅଧିକ ଫଳପ୍ରଦ ହୋଇଥାଏ । ଓଦା କେଶକୁ କୁଣ୍ଡାନ୍ତୁ ନାହିଁ । ଏହାଦ୍ୱାରା କେଶ ଅଧିକ ଝଡି ଥାଏ ।
ଗରମ ଦିନେ କେଶର ଯତ୍ନ ନେବା ପାଇଁ ଆପଣାନ୍ତୁ ଏହି ଉପାୟ HAIR FALL
ପଢନ୍ତୁ ;

ଗରମ ଦିନରେ ତ୍ୱଚା ଓ କେସର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା

Related posts

ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ!

Krishna Kumar Manoj

ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ

Krishna Kumar Manoj

ଯୁବକମାନେ ଅଳ୍ପ ବୟସରେ କାହିଁକି ଚନ୍ଦାପଣର ଶିକାର ହୋଇଥାନ୍ତି? ଜାଣନ୍ତୁ ଏହାର କାରଣ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More