• Home
  • LIFESTYLE
  • ପୁରୁଷଙ୍କ ତ୍ଵଚା ପାଇଁ ଘରୋଇ ଉପାୟରେ ଫେସପ୍ୟାକ ଟିପ୍ସ
LIFESTYLE

ପୁରୁଷଙ୍କ ତ୍ଵଚା ପାଇଁ ଘରୋଇ ଉପାୟରେ ଫେସପ୍ୟାକ ଟିପ୍ସ

ପୁରୁଷଙ୍କ ପାଇଁ ଫେସପ୍ୟାକ ଟିପ୍ସ

ପୁରୁଷ ଓ ମହିଳାଙ୍କ ତ୍ୱଚା ଭିନ୍ନ ଭିନ୍ନ ଏଥିପାଇଁ ଉଭୟଙ୍କ ତ୍ୱଚାର ଯତ୍ନ ନେବାର ଉପାୟ ବି ଭିନ୍ନ ଭିନ୍ନ । ପୁରୁଷଙ୍କ ତ୍ୱଚା ଶକ୍ତ ହୋଇଥିଲା ବେଳେ ମହିଳାଙ୍କ ତ୍ୱଚା କୋମଳ ହୋଇଥାଏ ।  ତ୍ୱଚା ରୁକ୍ଷ ହେବା ଏକ ସାଧାରଣ ସମସ୍ୟା । ଏହା କେବଳ ମହିଳାଙ୍କଠାରେ ନୁହେଁ ପୁରୁଷଙ୍କଠାରେ ମଧ୍ୟ ଦେଖିବାକୁ ମିଳେ । ଏଥିପାଇଁ ପୁରୁଷମାନେ ରୁକ୍ଷତା ଦୂର କରିବା ପାଇଁ ଖାସ ଫେସପ୍ୟାକ ତିଆରି କରି ବ୍ୟବହାର କରିବା ଉଚିତ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଫେସପ୍ୟାକ କିପରି ତିଆରି କରିବେ । ଏହାକୁ ସ୍ୱଳ୍ପ ଖର୍ଚ୍ଚରେ ତିଆରି କରାଯାଇପାରିବ ।

ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁଁହରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ମୁଁହକୁ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଚେହେରାରେ ଚମକ ଆସିବା ସହିତ ତ୍ୱଚା କୋମଳ ହୋଇଥାଏ । ଏମିତି କରିବା ଦ୍ଵାରା ମୁହଁରେ ଦାଗ ରହି ନ ଥାଏ । ଏହାକୁ ଆପଣ ସପ୍ତାହକୁ ଦୁଇ ଥର ବ୍ୟବହାର କରି ପାରିବେ ।

ଅମୃତଭଣ୍ଡାକୁ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ଓ ଏକ ଚାମଚ କ୍ଷୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହି ପ୍ୟାକକୁ ମୁଁହରେ ଲଗାନ୍ତୁ । ୧୦ ମିନିଟ ପାଇଁ ପ୍ୟାକକୁ ଶୁଖିବାକୁ ଛାଡିଦିଅନ୍ତୁ । ଏହାକୁ ଲଗାଇବା ଦ୍ୱାରା ଚେହେରାରୁ ଡେଡ ସ୍କିନ ବାହାରି ଯାଇଥାଏ ଓ ତ୍ୱଚାରେ ଚମକ ଆସିଥାଏ । ଏହାକୁ ସପ୍ତାହରେ ୩ଥର ବ୍ୟବହାର କରନ୍ତୁ ।

ପୁରୁଷମାନେ ଯଦି ଚେହେରାରୁ ଦାଗ ଓ ବ୍ରଣ ଦୂର କରିବାକୁ ଚାହାଁନ୍ତି ତେବେ ଟମାଟୋର ଫେସପ୍ୟାକ ସବୁଠାରୁ ଉପଯୋଗୀ । ଏଥିପାଇଁ ଟମାଟୋ  ସହିତ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁଁହରେ ଲଗାଇ ଶୁଖିବାପରେ ମୁଁହକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏମିତି କରିବା ଦ୍ଵାରା ମୁହଁ କୋମଳ ରହେ ।
ପୁରୁଷଙ୍କ ତ୍ଵଚା ପାଇଁ ଘରୋଇ ଉପାୟରେ ଫେସପ୍ୟାକ ଟିପ୍ସ men face pack
ପଢନ୍ତୁ ;

ଆର ପାରିରେ ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ

Related posts

ପୂଜାପାଠ ବ୍ୟତୀତ କର୍ପୁର ଆଉ କେଉଁ କେଉଁ କାମରେ ଲଗାଯାଏ ଜାଣନ୍ତୁ

Krishna Kumar Manoj

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

Krishna Kumar Manoj

ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More