24 Ways Magical Health Tips to Change Your Life

LIFESTYLE

ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

By ENO Beuro

February 07, 2018

ଆପଣ ନିଜର ନିୟମିତ ଜୀବନରେ କିଛି ପରିବର୍ତ୍ତନ ଚାହୁଁ ଛନ୍ତି କି ? ଜୀବନଶୈଳୀରେ କିଛି ପରିବର୍ତନ ଆଣନ୍ତୁ । ତେବେ ଆସନ୍ତୁ ଜାଣିବା ।

ଜୀବନଶୈଳୀରେ ପରିବର୍ତ୍ତନ ପାଇଁ କିଛି ଟିପ୍ସ

ସକାଳୁ ଉଠି ଗୋଟେ ଗ୍ଲାସ ପାଣି ପିଅନ୍ତୁ । ନିତ୍ୟକର୍ମ କରି ସାରିବା ପରେ ଉଷୁମ ପାଣିରେ ଲେମ୍ବୁର କିଛି ବୁନ୍ଦା ମିଶାଇ ପିଅନ୍ତୁ । ଏପରି କରିବା ଦ୍ୱାରା ପାଚନକ୍ରିୟା ଭଲ ରହେ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ରହେ ।ସକାଳୁ ଅଳ୍ପ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଆଦି ରୋଗରୁ ରକ୍ଷା ମଳିଥାଏ ।

ଶରୀର ପାଇଁ ପ୍ରାତଃଭୋଜନ ବହୁତ ଜରୁରୀ । ଏହାକୁ କେବେ ବି ଛାଡନ୍ତୁ ନାହିଁ । ପ୍ରାତଃଭୋଜନରେ ଉପମା, ଓଟସ୍, ପୋହା, ଆଦି ଖାଆନ୍ତୁ । ପ୍ରାତଃଭୋଜନରେ ସାଲାଡ, ଦହି , ସବୁଜ ପନିପରିବା ଅଧିକ ପରିମାଣରେ ଖାଆନ୍ତୁ ।

ଖାଇବା ସମୟରେ ମଝିରେ ମଝିରେ ପାଣି ପିଅନ୍ତୁ ନାହିଁ । ଖାଇବା ପରେ ପରେ ମଧ୍ୟ ବହୁତ ପାଣି ପିଅନ୍ତୁ ନାହିଁ ।ଥଣ୍ଡା ପାଣି ପିଇବାରୁ ଦୂରେଇ ରୁହନ୍ତୁ ।

ଦିନ ସାରା ୧୫ ଗ୍ଲାସ ପାଣି ପିଅନ୍ତୁ । ସଂନ୍ଧ୍ୟା ୭ ଟା ପୂର୍ବରୁ ୧୦ ଗ୍ଲାସ ପାଣି ପିଇବା ପାଇଁ ଅଭ୍ୟାସ କରନ୍ତୁ । ରାତି ସମୟରେ କମ ପାଣି ପିଇବା ଉଚିତ ।

ରାତି ୮ ଟା ଭିତରେ ରାତ୍ରୀ ଭୋଜନ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ । ରାତ୍ରୀ ଭୋଜନରେ ୧୦ ମିନିଟ ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ । ଏହା ସହ ରାତ୍ରୀ ଭୋଜନରେ ସାଲାଡକୁ ପ୍ରାଥମିକତା ଦିଅନ୍ତୁ । ରାତ୍ରୀ ଭୋଜନରେ ଗରିଷ୍ଠ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ରାତିରେ ହାଲକା ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

ପଢନ୍ତୁ ;

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ