LIFESTYLE

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କିପରି କରିବା

ପ୍ରତିଦିନ ଅନେକ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହେଉଛନ୍ତି । କୁହାଯାଏ କି ଅଧିକ ଚିନ୍ତା କଲେ, ଏହି ରୋଗ ହେବା ସମ୍ଭାବନା ଥାଏ । ତେବେ ଆପଣ ଜାଣିଛନ୍ତି କି ? କେତେକ ଖାଦ୍ୟପାନୀୟ ଦ୍ୱାରା ବି ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ । ଏକ ସର୍ବେକ୍ଷଣରୁ ଜଣାପଡିଛି, ପ୍ରତି ୧୦ ଜଣଙ୍କ ମଧ୍ୟରୁ ୩ ଜଣ ବ୍ୟକ୍ତି ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ହେଉଛନ୍ତି ।ଏଥି ପାଇଁ ସଚେତନା ହେବା ଆବଶ୍ୟକ । ନିଜ ଖାଦ୍ୟପାନୀୟ ବାବଦରେ ସତର୍କତା ଅବଲମ୍ବନ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟପାନୀୟ ପାଇଁ ସତର୍କ ରହିବା ଉଚିତ୍ ।

ପ୍ରଥମେ ଲୁଣି ଖାଦ୍ୟ ଓ ଲୁଣର ବ୍ୟବହାର ବ୍ୟଞ୍ଜନରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ । ସାମାନ୍ୟତମ ଲୁଣି ଖାଦ୍ୟ ଓ ଲୁଣର ବ୍ୟବହାର ମଧ୍ୟ ଅନେକ ସମୟରେ ରକ୍ତଚାପ ରୋଗୀଙ୍କ ନିମନ୍ତେ ପ୍ରାଣଘାତକ ହୋଇପାରେ ।ଲୁଣ ଖାଇବା ଦ୍ୱାରା ତାହା ହୃଦଯନ୍ତ୍ର ଉପରେ ମଦ୍ଦ କୁପ୍ରଭାବ ପଡ଼ିଥାଏ ।

ବଜାରରେ ମିଳୁଥିବା ଚିପ୍ସ, ବିସ୍କୁଟ, ମିକ୍ସଚର ଇତ୍ୟାଦି ଖାଇବା ବନ୍ଦ କରିବା ଉଚିତ । ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଫାଷ୍ଟ ଫୁଡ ,ଜଙ୍କ ଫୁଡ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରନ୍ତୁ । ମିଠା ଖାଇବା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଜରୁରୀ । ଉଚ୍ଚ ରକ୍ତଚାପ ରୋଗୀ ମିଠା ଖାଇବା ବନ୍ଦ ନ କଲେ ମଧୁମେହର ଆଶଙ୍କା ବଢିଯାଏ ।

ନିୟମିତ ଠିକ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ । ଗରମ ପାଣିରେ ଅଧା ଚାମଚ ଡାଲଚିନି ପାଉଡରକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ଓ ଖାଲି ପେଟରେ ପିଆନ୍ତୁ । ନିୟମିତ ଏମିତି କରିବା ଦ୍ଵାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।ନିୟମିତ ବାୟମ ,ଯୋଗ କରନ୍ତୁ ଓ ନିଜର ଓଜନ ନିୟନ୍ତ୍ରଣ କରନ୍ତୁ ।

ପଢନ୍ତୁ ;

ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ?ଆସନ୍ତୁ ଜାଣିବା କିଛି ଟିପ୍ସ କିପରି ଓଜନ ବଢାଇବା

Related posts

ଜୀବନରେ ସଫଳତା ଚାହୁଁଛନ୍ତି କି ? ତେବେ ଏହି ୬ଟି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ

ENO Beuro

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା

ENO Beuro

ମାଛ ଖାଇବା ଦ୍ଵାରା ବଢିଥାଏ ଶିଶୁଙ୍କ ସ୍ମୃତିଶକ୍ତି ! ଜାଣନ୍ତୁ ମାଛ ଖାଇବାଦ୍ଵାରା ଆଉ କେଉଁ ଫାଇଦା ମିଳିଥାଏ?

ENO Beuro

Leave a Comment