LIFESTYLE

ସୁନ୍ଦର ତ୍ୱଚା ଚାହାଁନ୍ତି କି ? ତେବେ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଏଇ ସୁନ୍ଦରତା ଯଦି ପ୍ରାକୃତିକ ଉପାୟରେ ମିଳେ ତାହେଲେ ଆହୁରି ଭଲ । ନିତିଦିନିଆ ଜୀବନରେ ମହିଳାମାନେ ତ୍ୱଚା ସମ୍ବନ୍ଧୀୟ ଅସୁବିଧା ଯୋଗୁଁ ସବୁବେଳେ ଚିନ୍ତାରେ ଥାଆନ୍ତି । ଏଥିପାଇଁ ବଜାରରେ ଉପଲବ୍ଧ ଅନେକ ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି । ଯାହାର ଅନେକ ସାଇଡ ଇଫେକ୍ଟ ମଧ୍ୟ ଦେଖାଯାଇଥାଏ । ଯଦି ଆପଣ ବିନା ସାଇଡ ଇଫେକ୍ଟରେ ସୁନ୍ଦର ତ୍ୱଚା ପାଇବା ପାଇଁ ଚାହାନ୍ତି, କିଛି ପ୍ରାକୃତିକ ଉପାୟ ଆପଣାନ୍ତୁ ।

 ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପଚାର

ରାତିରେ ଶୋଇବା ପୂର୍ବରୁ ସବୁବେଳେ ମେକଅପକୁ ଭଲରେ ସଫାକରନ୍ତୁ । ରାତିରେ ତ୍ୱଚାକୁ ବିଶ୍ରାମ ଦରକାର କିନ୍ତୁ ମେକଅପ କରିବା ଦ୍ୱାରା ତ୍ୱଚାର ଛିଦ୍ର ବନ୍ଦ ହୋଇଯାଏ । ଯାହାଦ୍ୱାରା ଆପଣଙ୍କ ଚେହେରାରେ କଳାଦାଗ ଦେଖାଯାଏ । ମେକଅପ ହଟାଇବା ପାଇଁ ଫ୍ରେଶୱାଶରେ ମୁହଁକୁ ଧୋଇ ଦିଅନ୍ତୁ । ତା ପରେ  ତୁଳାରେ ଅଲିଭ ତେଲକୁ ଲଗାଇ ମୁହଁରେ ମାଲିଶ କରନ୍ତୁ ।

ନିୟମିତ ରୁପରେ ଏକ୍ସରସାଇଜ କରନ୍ତୁ । ରନିଂ, ଜଗିଂ ଓ ଯୋଗ ଶରୀର ପାଇଁ ବହୁତ ଜରୁରୀ । ୱାର୍କଆଉଟ କରିବା ଦ୍ୱାରା ଶରୀର ସୁସ୍ଥ ରହେ । ନିୟମିତ ପ୍ରଚୁର ପାଣି ପିଅନ୍ତୁ ।

ଆପଣଙ୍କ ଶରୀର ପାଇଁ ପ୍ରାୟ ୮ ଘଂଟା ଶୋଇବା ଜରୁରୀ । ଏହା ଦ୍ୱାରା ମୁହଁ ସତେଜ ରହେ । ଏହା ସହ ମୁହଁରେ ସପ୍ତାହରେ ୩ ଥର ମହୁ ଲଗାନ୍ତୁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କ ଖାଦ୍ୟଶୃଙ୍ଖଳ କିପରି । ଆପଣ ଖାଦ୍ୟରେ ତଟକା ଫଳ, ସବୁଜ ପନିପରିବା ପ୍ରଚୁର ମାତ୍ରାରେ ଖାଆନ୍ତୁ । ଭିଟାମିନ ସି ରେ ଭରପୁର ଓ କମ ଫ୍ୟାଟଯୁକ୍ତ ଖାଦ୍ୟ ଖାଆନ୍ତୁ ।


ପଢନ୍ତୁ ;

ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ସାଇଡ ଇଫେକ୍ଟ

Related posts

ବୟସ ଅନୁସାରେ କେତେ ସମୟ ଶୋଇବା ଆପଣଙ୍କ ଶରୀର ପାଇଁ ଭଲ ଜାଣନ୍ତୁ ?

ENO Beuro

ପାନିଆ,ତଉଲିଆ ଓ ସାବୁନ୍‌ ଦୀର୍ଘ ଦିନ ଧରି ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ !ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ

ENO Beuro

ମୋଟପଣକୁ ଦୂର କରିଥାଏ “କିସମିସ” ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More