LIFESTYLE

ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

By ENO Beuro

March 08, 2018

ନିଜକୁ କିପରି ଫିଟ ରଖିବେ ଜାଣନ୍ତୁ

ଫିଟ୍‌ ରହିବାକୁ ସମସ୍ତେ ଚାହାଁନ୍ତି । ବିଶେଷ କରି ଆଜିର ଯୁବପିଢି ମାନେ ବେଶି ଫିଟ୍‌ ରହିବାକୁ ଚାହାଁନ୍ତି । ନିଜକୁ ଫିଟ୍‌ ରଖିବା ପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି । କିଏ ଜିମ ଯାଏ ତ କିଏ ଡାୟେଟ କରେ । ତେବେ ଆଜି ଆମେ ଆପଣଙ୍କୁ ଏପରି କଥା ଜଣେଇବୁ ଯାହା ଦ୍ଵାରା ଆପଣ ଫିଟ୍‌ ରହିବେ । ନିଜକୁ ଫିଟ୍‌ ରଖିବାକୁ ଓ ସୁଖମୟ ଜୀବନଶୈଳୀକୁ ଆପଣାଇବାଲାଗି ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ।

ଅନେକ ଲୋକ ପେଟପୁରା ଖାଇବାରେ ଅଭ୍ୟସ୍ତ । କାରଣ ସେମାନେ ଭାବନ୍ତି ଯେଏପରି ଖାଇଲେ ଦେହ ଭଲ ରହିବ । କିନ୍ତୁ ପ୍ରକୃତରେ ତାହା ଠିକ୍‌ ନୁହେଁ । ଯଦି ଆପଣ ପ୍ରତିଦିନ ପେଟପୁରା ଖାଇବେ ବହୁତ ଶୀଘ୍ର ଓଜନ ବୃଦ୍ଧି ପାଇବ । ମନେ ରଖନ୍ତୁ କେବେ ବି ପେଟଭର୍ତ୍ତି କରି ଖାଆନ୍ତୁ ନାହିଁ । ପେଟରେ ସବୁବେଳେ କିଛି ଖାଲି ଜାଗା ରଖନ୍ତୁ ।

ପ୍ରତିଦିନ ନିୟମିତ ପ୍ରଚୁର ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣ ସବୁ ବେଳେ ଫ୍ରେଶ ରହିବେ । ଯାହା ବି ଆପଣ ଖାଇଥିବେ  ପାଣି ପିଇବା ଦ୍ଵାରା ଶୀଘ୍ର ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଦ୍ଵାରା ଆପଣ ସବୁବେଳେ ଫିଟ୍‌ ରହିବେ ଏବଂ ଆଳସ୍ୟ ପାଖ ମାଡେ ନାହିଁ ।

ଶରୀର ଉପରେ ନିଦ୍ରାର ଯଥେଷ୍ଟ ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା ଆବଶ୍ୟକତା ଠାରୁ  କମ୍‌ ଶୋଇଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ । ଯାହା ଦ୍ଵାରା ଆପଣଙ୍କ ଦେହ ଖରାପ ହୋଇଥାଏ ।  ସଂପୂର୍ଣ୍ଣ ମାତ୍ରାରେ ନିଦ୍ରା ଗଲେ, ଆପଣଙ୍କ ଶରୀରରେ ନୂତନ ଶକ୍ତିର ସଞ୍ଚାର ହୋଇ ଥାଏ । ଏଣୁ ପ୍ରତ୍ୟହ ସୁନିଦ୍ରା ଯାଆନ୍ତୁ । ନିଜକୁ ସୁସ୍ଥ ରଖନ୍ତୁ।

ପଢନ୍ତୁ ;

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ