• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ
VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ପାଇଁ କିଛି ଟିପ୍ସ

ଆଜିକାଲି ଲୋକ ମାନେ ବାସ୍ତୁଶାସ୍ତ୍ର ଉପରେ ବହୁତ ଭରସା କରୁଛନ୍ତି । ନୂଆ ଘର ବନେଇବାକୁ ହଉ କି ଘରର ମରାମତି କରିବାକୁ ହଉ ,ସବୁ କିଛି ବାସ୍ତୁଶାସ୍ତ୍ର ଅନୁସାରେ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର କୁ ଦକ୍ଷିଣ -ପୂର୍ବ ଦିଗରେ ବନେଇବା ଦରକାର । କାରଣ ଏହି ଦିଗରେ ବନେଇବା ଦ୍ଵାରା ଶୁଭ ହୋଇ ଥାଏ ।ଯଦି ଏହି ଦିଗରେ ରୋଷେଇ ଘର କରି ନ ପାରିଲେ ତେବେ ଆପଣ ପୂର୍ବ ଦିଗରେ ମଧ୍ୟ ବନେଇ ପାରିବେ । ଦକ୍ଷିଣ -ପଶ୍ଚିମ  ଓ ଉତ୍ତର ପଶ୍ଚିମ ଦିଗରେ ରୋଷେଇ ଘର କରିବାକୁ ଅଶୁଭ ମାନା ଯାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଖାଇବା ଓ ବନେଇବା ପାଇଁ ଆମେ କିଛି ଜିନିଷ ବ୍ୟବହାର କରି ଥାଉ । ସେ ଜିନିଷ ସବୁକୁ ପୂର୍ବ ଦିଗରେ ରଖିବା ଉଚିତ । ରୋଷେଇ ଘରେ ପିଇବା ପାଣି ବେଶିନ  ଉତ୍ତର ପଶ୍ଚିମ ଦିଗରେ ରଖିବା ଉଚିତ ।  ଫ୍ରିଜକୁ ପଶ୍ଚିମ ଦିଗରେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଶାନ୍ତି ରହିଥାଏ ।

ରୋଷେଇ ଘରେ ଚୁଲା ଓ ପାଣିକୁ ଠିକ ସ୍ଥାନରେ ରଖନ୍ତୁ ଓ ଏହା ମଧ୍ୟରେ ଯଥେଷ୍ଟ ଦୂରତା ରଖନ୍ତୁ । ଏହି ଜାଗାରେ  ଭାଙ୍ଗି ଯାଇ ଥିବା ଜିନିଷ ରଖନ୍ତୁ ନାହିଁ ।ଯଦି ଆପଣ ଘରେ ଡାଇନିଙ୍ଗ ଅଲଗା ବନେଇବାକୁ ଚାହୁଁଛନ୍ତି ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ପଶ୍ଚିମ ଦିଗରେ ତିଆରି କରନ୍ତୁ ।

ଡାଇନିଙ୍ଗକୁ କେବେବି ଦକ୍ଷିଣ ଦିଗକୁ ପ୍ରବେଶ ଦ୍ଵାରା ରଖନ୍ତୁ ନାହିଁ କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନା ଯାଏ । ଏହା ଦ୍ଵାରା ଧନ ହାନି ହୋଇ ଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ kitchen and daining
ପଢନ୍ତୁ ;

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

Related posts

ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ

Krishna Kumar Manoj

ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More