LIFESTYLE

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖୁସି ରହିବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ କାମର ଚାପ ପାଇଁ ଲୋକମାନେ ବିନା ଖୁସିରେ ଜୀବନ ବଞ୍ଚୁଛନ୍ତି । ପ୍ରକୃତ ଖୁସି କ’ଣ ସେମାନେ ତାହା ଭୁଲି ଯାଇଛନ୍ତି । କାମର ଚାପରେ ଲୋକମାନେ ନିଜ ପରିବାରକୁ ମଧ୍ୟ କିଛି ଭଲ ସମୟ ଦେଇ ପାରୁ ନାହାନ୍ତି । ତେବେ ଏମିତି କିଛି ଉପାୟ ରହିଛି ଯାହା ମାଧ୍ୟମରେ ଆପଣ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ନିଜକୁ ଖୁସି କରି ପାରିବେ ।

ଖୁସିରେ ରହିବା ପାଇଁ କିଛି ଟିପ୍ସ :-

  • ସକାଳେ ହେଉ ବା ସଂନ୍ଧ୍ୟାରେ କିଛି ସମୟ ଖୋଲା ଆକାଶ ତଳେ ବିତାନ୍ତୁ । ଖୋଲା ସ୍ଥାନରେ ସମୟ ବିତାଇବା ଦ୍ୱାରା ଚିନ୍ତା କମ ହୋଇ ଯାଇଥାଏ । ଏହି ଉପାୟ ଆପଣାଇ ଦେଖନ୍ତୁ, ନିଶ୍ଚୟ ଶାନ୍ତି ମିଳିବ ।
  • ଯୋଗ କରିବା ଦ୍ୱାରା ମଧ୍ୟ ଚିନ୍ତା ଦୂର ହୋଇଥାଏ । ପ୍ରତିଦିନ ସକାଳୁ ଯୋଗ କରିବା ଦ୍ୱାରା ଆପଣଙ୍କର ପୁରା ଦିନ ଭଲରେ କଟିବା ସହ ଆପଣ ସୁସ୍ଥ ମନରେ କାମ କରି ପାରିବେ ।
  • ସଙ୍ଗୀତ ଶୁଣିବା ଦ୍ୱାରା ଜୀବନକୁ ଦେଖିବାର ଶୈଳୀ ହିଁ ବଦଳି ଯାଇଥାଏ । ଚିନ୍ତାଗ୍ରସ୍ତ ଥିବା ବେଳେ ଗୀତ ଶୁଣିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଶାନ୍ତି ମିଳିବା ସହ ସକାରାତ୍ମକ ଭାବନା ମଧ୍ୟ ଜାତ ହୋଇଥାଏ ।
  • ଦୈନିକ ୬ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଷ୍ଟ୍ରେସ ହରମୋନ କମ ହୋଇଥାଏ । ଏହାଦ୍ୱାରା ଆପଣ ଶୋଇ କରି ଉଠିବା ପରେ ଆପଣଙ୍କ ମସ୍ତିଷ୍କ ଶାନ୍ତ ହୋଇ ଯାଇଥାଏ ।

ପଢନ୍ତୁ ;

ବଲ୍‌ ଟ୍ୟାମ୍ପରିଂ ମାମଲା : ସ୍ମିଥ୍‌, ଓ୍ବାର୍ନରଙ୍କୁ ୧୨ ମାସ ଏବଂ ବାନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ

Related posts

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

ENO Beuro

ଖରାରେ ନିଅନ୍ତୁ ଘରୋଇ ଉପାୟରେ ତ୍ବଚାର ଯତ୍ନ

Ratnamani Moharana

ନଡିଆ ପାଣି ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ENO Beuro

Leave a Comment