Loading...

୨୦୨୪ ନୁହେଁ ୨୦୨୯ରେ ହେବ ଏକକାଳୀନ ନିର୍ବାଚନ

୨୦୨୪ ନୁହେଁ ୨୦୨୯ରେ ହେବ ଏକକାଳୀନ ନିର୍ବାଚନ

ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।

ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ। ତେବେ ଏକ ରାଷ୍ଟ୍ର-ଏକ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ କାମ ଜାରି ରଖିଛି ଏବଂ ଏହା ୨୦୨୯ରେ ସମ୍ଭବ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଆଇନ କମିସନ ବର୍ତ୍ତମାନର ବିଧାନସଭାମାନଙ୍କର କାର୍ଯ୍ୟକାଳ ବଢ଼ାଇ କିମ୍ବା କମାଇ ୨୦୨୯ରେ ଲୋକସଭା ନିର୍ବାଚନ ସହିତ ସମସ୍ତ ବିଧାନସଭା ନିର୍ବାଚନ କରାଇବା ଫର୍ମୁଲାରେ କାମ କରୁଛି । 

ତେବେ ୨୦୨୪ରେ ଏକକାଳନୀ ନିର୍ବାଚନ ହେବା ନେଇ ଆଇନ କମିସନ କୌଣସି ରିପୋର୍ଟ ପ୍ରସ୍ତୁତ କରିନାହାନ୍ତି ଏବଂ ଏ ବାବଦ ବିଭିନ୍ନ ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗରେ ତର୍ଜମା ଜାରି ରହିଛି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.