News

ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ

ଇମରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ପ୍ରାକ୍ତନ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆଉ ଏକ ବିବାଦରେ ଫସିଛନ୍ତି । ସେ ସେଠାରେ ପାକ୍ ଆର୍ମୀ ଚିଫଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ସିଦ୍ଧୁଙ୍କ ବଜବାଙ୍କୁ ଆଳିଙ୍ଗନକୁ କଂଗ୍ରେସ ମୁଖପାତ୍ର ମଧ୍ୟ ପସନ୍ଦ କରି ନାହାନ୍ତି।

କଂଗ୍ରେସ ପ୍ରବକ୍ତା ରଶଦି ଅଲବୀ କହିଛନ୍ତି ଯେ, ବନ୍ଧୁତ୍ୱ ଦେଶ ଠାରୁ ବଡ଼ ନୁହେଁ । ସୀମାରେ ଭାରତୀୟ ଯବାନ ସହିଦ ହେଉଥିବାବେଳେ ସିଦ୍ଧୁଙ୍କ ଏହି ଆଚରଣ ଦେଶକୁ ଭୁଲ ସନେ୍ଦଶ ଦେବ । ଏପରି କି ଭାରତ ସରକାର ତାଙ୍କୁ ପାକ ଯିବା ପାଇଁ ଅନୁମତି ଦେବା ଅନୁଚିତ ଥିଲା ବୋଲି ସେ କହିଛନ୍ତି।

sindhu ଆଲିଙ୍ଗନ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ sindhu

ଏହାକୁ ନେଇ କଂଗ୍ରେସ ପାଇଁ ଅଡୁଆ ବଢିପାରେ । ପୂର୍ବ କଂଗ୍ରେସ ନେତା ମଣି ଶଙ୍କର ଆୟାର ପାକିସ୍ତାନ ଗସ୍ତକୁ ନେଇ ଅନେକ ଥର ବିଜେପି ଉପରେ ଆକ୍ରଣମ କରିଛନ୍ତି । ଏହା ମଧ୍ୟରେ ସିଦ୍ଧୁ ପାକିସ୍ତାନ ଯାଇ କଂଗ୍ରେସ ପାଇଁ ବିବାଦ ସୃଷ୍ଟି କରିଛନ୍ତି ।

ଏହା ପୂର୍ବରୁ ସିଦ୍ଧୁ ଅନେକ ସନ୍ଦେଶ ନେଇ ପାକିସ୍ତାନ ଯାଇଥିବା କହିଥିଲେ । ସେ ଦୁଇ ଦେଶକୁ ଯୋଡିବା ପାଇଁ ପ୍ରୟାସ କରୁଥିବା କହିଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ସିଦ୍ଧୁ।

ପଢନ୍ତୁ;ନିଜର ପୁରୁଣା ସଂପର୍କ ଭାଙ୍ଗିବା ପଛରେ ଥିବା କାରଣ କହିଲେ ଶରଦ ମାଲହୋତ୍ରା

Related posts

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

ENO Beuro

1993 Mumbai Blasts Case – Death For 2, Abu Salem & Karimullah Khan Sentenced To Life

ENO Beuro

ଆଜି ହରିଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More