Entertainment

ନଭଜୋତ୍‌ ସିଂହ ସିଦ୍ଧୁଙ୍କୁ ହଜାରେ ଟଙ୍କା ଜରିମାନା କରି ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ!

ନବଜ୍ୟୋତ ସିଂହ ସିଦ୍ଧୁ ଦୋଷମୁକ୍ତ

ପଞ୍ଜାବ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ଆଜି ସୁପ୍ରିମ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ମଧ୍ୟରୁ ଆଇପିସି ଧାରା ୩୨୩ରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଇପିସି ଧାରା ୩୦୪ରେ ଦୋଷମୁକ୍ତ ହୋଇଛନ୍ତି।

୧୯୮୮ ମସିହା ଡିସେମ୍ବର ୨୭ ତାରିଖରେ ସେ ପାଟିଆଲାର ଗୁରନାମ୍‌ ସିଂଙ୍କ ସହିତ ମାଡ୍‌ପିଟ୍‌ କରିଥିଲେ। ଗୁରନାମ ସିଂହଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ଏହି ମାମଲାରେ ତଳ କୋର୍ଟ ସିଦ୍ଧୁଙ୍କୁ ଦୋଷୀ ବୋଲି ଘୋଷଣା କରି ଥିଲା। ପରେ ପଞ୍ଜାବ ହରିଆନା ହାଇକୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିିଲେ। ଏହି ମାମଲାରେ ସିଦ୍ଧୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଖଲାସ କରି  ଦେଇଛନ୍ତି। ଏହି ଘଟଣାରେ ଗୁରନାମ୍‌ଙ୍କ ମୃତ୍ୟ ଘଟିଥିଲା।

ପଢନ୍ତୁ; ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ !

Related posts

ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ !

ENO Beuro

କମୁଛି ବଲିଉଡ ଅଭିନେତ୍ରୀ ସୋନାଲିଙ୍କ ଦୃଷ୍ଟିଶକ୍ତି

ENO Beuro

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କ ସହ କାମ କରିବାକୁ ଅରାଜି

ENO Beuro

1 comment

Leave a Comment