News

ବିବାଦୀୟ ମନ୍ତବ୍ୟ ପରେ କପିଲ ଶର୍ମା ଶୋ’ରୁ ବିଦା ହେଲେ ସିଦ୍ଧୁ

s

ସିଦ୍ଧୁଙ୍କୁ ମହଙ୍ଗା ପଡ଼ିଲା ପାକିସ୍ତାନ ସପକ୍ଷରେ ବୟାନ ଦେବା

ପୁଲଓ୍ବାମାରେ ହୋଇଥିବା ଆତଙ୍କି ଆକ୍ରମଣକୁ ନେଇ ସାରା ବିଶ୍ବରେ ସମବେଦନା ପ୍ରକାଶ ପାଉଥିବା ବେଳେ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ସିଦ୍ଧୁଙ୍କୁ କପିଲ ଶର୍ମାଙ୍କ ସୋ’ରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି ।

ଲୋକମାନେ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’କୁ ନ ଦେଖିବା ପାଇଁ ଆହ୍ଵାନ ଦେଇଥିଲେ । ଏପରିକି ହଜାର ହଜାର ଦର୍ଶକ ନିଜ ମାସିକ ଟିଭି ପ୍ୟାକେଜରୁ ସୋନି ଟିଭିକୁ କାଟି ଦେଇଥିଲେ । ଏହା ପରେ ସୋନି ଟିଭି ପକ୍ଷରୁ ଆଜି କପିଲ ଶର୍ମା ଶୋରୁ ସିଦ୍ଧୁଙ୍କୁ ବାହାର କରିଦିଆଯାଇଛି ।

ସୂଚନାଯୋଗ୍ୟ,ଗୁରୁବାର ପୁଲଓ୍ୱାମାରେ ହୋଇଥିବା ଆତଙ୍କବାଦୀ ହମଲାରେ ୪୦ଜଣ ସିଆର୍‌ପିଏଫ୍‌ ଯବାନ୍‌ ସହିଦ ହୋଇଛନ୍ତି । ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ‘ଜୈସ ଏ ମହମ୍ମଦ’ ନିଜକୁ ଦାୟି ମଧ୍ୟ କରିସାରିଛି । ଏହି ଆକ୍ରମଣ ସେ କରିଛି ବୋଲି କହିସାରିଛି । ଏଥିପାଇଁ ସାରା ଦେଶ ପାକିସ୍ତାନଠାରୁ ପ୍ରତିଶୋଧ ଚାହୁଁଥିଲା ବେଳେ ସିଦ୍ଧୁ ଏହାର ବିପରୀତ ଦିଗରେ ବୟାନ ଦେଇଥିଲେ।

ପଢନ୍ତୁ;  କଟକ ଜଗତପୁର ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ

Related posts

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ENO Beuro

ରାଜଧାନୀରୁ ମାଓ ନେତା ଗିରଫ!

ENO Beuro

ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

ENO Beuro

Leave a Comment