SPORTS

ସିନ୍ଧୁଙ୍କୁ ଐତିହାସିକ ରୌପ୍ୟ ,ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ

By ENO Beuro

August 29, 2018

ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ୍ ଗେମ୍ସରେ ଏବେ ପର୍ଯ୍ୟନ୍ତ ଭାରତର ପ୍ରଦର୍ଶନ ଭଲ ରହିଛି । ପାଖାପାଖି ୪୧ଟି ପଦକ ସହ ଭାରତ ପଦକ ତାଲିକାରେ ୯ମ ସ୍ଥାନରେ ରହିଛି । ଏହାସହ ଭାରତ ପଦକ ତାଲିକାରେ ୮ ଟି ଗୋଲ୍ଡ, ୧୪ଟି ସିଲଭର ଏବଂ ୨୦ ଟି ବ୍ରୋଞ୍ଚପଦକ ଆସିଛି।

ଭାରତ ବ୍ୟାଡ଼ମିଣ୍ଟନ ଇଭେଣ୍ଟରେ ପିଭି ସିନ୍ଧୁ ଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଥିଲା । ମାତ୍ର ସିନ୍ଧୁଙ୍କୁ ଐତିହାସିକ ରୌପ୍ୟ ପଦକ ମିଳିଛି। ତେବେ ଏସୀୟ କ୍ରୀଡ଼ା ଏକକ ବ୍ୟାଡମିଣ୍ଟନ୍‌ରେ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ସିନ୍ଧୁ ଆଉ ଏକ ଫର୍ଦ ଯୋଡ଼ିବା ସହ ଇତିହାସ ରଚିଛନ୍ତି।

ସିନ୍ଧୁ ଓ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଚାଇନିଜ୍‌ ତାଇପେର ତାଇ ଜୁ ଇଙ୍ଗଙ୍କ ମଧ୍ୟରେ ଫାଇନାଲ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଙ୍ଗ୍‌ ୨୧-୧୩, ୧୬-୨୧ରେ ବାଜି ମାରି ନେଇଥିଲେ। ମ୍ୟାଚ୍‌ ମାତ୍ର ୩୪ ମିନିଟ୍‌ ମଧ୍ୟରେ ଶେଷ ହୋଇ ଯାଇଥିଲା। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଚାମ୍ପିଅନସିପ୍‌ ପରେ ସିନ୍ଧୁ ଚଳିତ ବର୍ଷ ତୃତୀୟ ଥର ପାଇଁ କୌଣସି ବଡ଼ ପ୍ରତିଯୋଗିତାର ଫାଇନାଲରେ ହାରିଥିଲେ।

ପଢନ୍ତୁ;୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’