ଘରେ ଯେକୌଣସି ପୂଜା କିମ୍ବା ଓଷାବତ୍ର ହେଲେ ପ୍ରଥମତଃ ଘର ଦୁଆର ବନ୍ଧରେ ସିନ୍ଦୁର ଏବଂ ଚନ୍ଦନ ଲଗାଯାଇଥାଏ। ଶାସ୍ତ୍ରରେ ସିନ୍ଦୁର ଲଗାଇବା ପଛରେ ଅନେକ ମାନ୍ୟତା ରହିଛି।
ତେବେ ଆସନ୍ତୁ ଜାଣିବା ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇବାର ମହତ୍ୱ ସମ୍ପର୍କରେ-
- ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇବା ଫଳରେ ଘରେ ଭଗବାନଙ୍କ ଅର୍ଶୀବାଦ ସବୁବେଳେ ରହିଥାଏ। ଏହା ସହିତ ନକରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ।
- ଧାର୍ମିକ ଶାସ୍ତ୍ର ଅନୁସାରେ ଘରେ ଧନ-ସମ୍ପତି ବଢିବା ପାଇଁ ଘର ସାମ୍ନାରେ ସିନ୍ଦୁର ଓ ଚନ୍ଦନ ଦେଇ ଭଗବାନଙ୍କୁ ଆହ୍ୱାନ କରାଯାଏ। ଯାହା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଘର ଉପରେ ପଡିଥାଏ।
- ସାଧାରଣତଃ ଯେଉଁ ଘରେ ବାସ୍ତୁଦୋଷ ଥାଏ ସେ ଘରେ ଗୁରୁବାର, ସଂକ୍ରାନ୍ତି ଦିନ ପୂଜା କରି ଘରର ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇଲେ ବାସ୍ତୁଦୋଷ ଦୁର ହୋଇଥାଏ। ଏମିତି କରିବା ଦ୍ଵାରା ଗୃହରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ପଢନ୍ତୁ; ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଯାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ