ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ପରଲୋକ । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି ।ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମାନେ ଶତଚେଷ୍ଟା କରିବା ପରେ ବି ବାପିଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଦୀର୍ଘଦିନ ଧରି ବାପି ଅସୁସ୍ଥ ଥିଲେ । ଗତ ବର୍ଷେ ହେବ ବାପି ଅନେକ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତକୁ ଦିନ କେଇଟା ବିତିନି ବାପିଙ୍କ ଦେହାନ୍ତ ସିନେପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଛି । ୮୦ ଓ ୯୦ ଦଶକରେ ନିଜର ହିଟ୍ ଗୀତ ବଳରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ବାପି । ଡିସ୍କୋ ଡ୍ୟାନ୍ସର, ଶରାବୀ ଓ ନମକ ହଲାଲ ଭଳି ସୁପରହିଟ୍ ଫିଲ୍ମରେ ବାପି ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିଲେ ବାପି ।