EnewsOdia.Com

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

ବିଶିଷ୍ଟ କଣ୍ଠଶିଳ୍ପୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସୋମବାର ଦିନ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୯୦ ବଷୟ ବୟସ୍କା କୋକିଳ କଣ୍ଠୀ ଲତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ରାତି ୨ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏବେ ସେ ଘରକୁ ଫେରିଆସିଥିବା ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସେପ୍‌ଟେମ୍ବର ୨୮ରେ ଲତା ୯୦ ବର୍ଷରେ ପଦାର୍ପଣ କରିଥିଲେ। ତାଙ୍କର ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟିଥିଲା। ଲତା ଏକ ହଜାର ହିନ୍ଦୀ ସିନେମା ସଙ୍ଗୀତରେ କଣ୍ଠଦାନ କରିଥିବା ବେଳେ ୩୬ଟି ଆଞ୍ଚଳିକ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି। ସେ ଭାରତ ରତ୍ନ ସମେତ ଦାଦା ସାହେବ ଫାଲ୍‌କେ ଭଳି ସର୍ବୋଚ୍ଚ ସମ୍ମାନ ଲାଭ କରିଛନ୍ତି।
ପଢନ୍ତୁ: ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

ସମ୍ବନ୍ଧିତ ଖବର

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

Ratnamani Maharana

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

Ratnamani Maharana

ଦୁନିଆର ସବୁଠୁ ଦାମୀ ଚକୋଲେଟ

Ratnamani Maharana