କେତେବେଳେ ବିବାହର ପ୍ରତିଶ୍ରୁତି ତ କେତେବେଳେ ଅନ୍ତରଙ୍ଗ ଫଟୋ ଭାଇରଲ କରିବାର ଧମକ ଦେଇ ସୌରିନ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜେଲ ଯାଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ତାଙ୍କ ଗିରଫ ସମ୍ଭାବନା ବଢିଛି। ସୌରିନ ବିବାହିତା ଜାଣିବାପରେ ପୀଡିତା ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ ମଧ୍ୟ ଅନ୍ତରଙ୍ଗ ଫଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇ ସୌରିନ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୋଲିସ ଦାଖଲ କରିଥିବା କେସ୍ ଡାଏଇରୀରୁ ସ୍ପଷ୍ଟ ହୋଇଛି।
ସୂଚନାନୁସାରେ, ଏହି ମାମଲାରେ ଗତକାଲି ସୌରିନଙ୍କ ଆଗୁଆ ଜାମିନ ଆବେଦନର ରାୟ ପ୍ରକାଶ କରି କୋର୍ଟ କହିଛନ୍ତି ଯେ, ୨୦୧୬ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି। ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ଏବଂ ପ୍ରାରମ୍ଭିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି।