ମହାରାଷ୍ଟ୍ର ସରକାରଙ୍କ ସାମ୍ନାରେ ଅର୍ଥ ସଙ୍କଟ
ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାବିସ ସରକାର ଏବେ ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି। ଏଭଳି କ୍ଷେତ୍ରରେ ଶିରିଡ଼ିର ସାଇବାବା ମନ୍ଦିର ଟ୍ରଷ୍ଟ ସରକାରଙ୍କୁ ବିନା ସୁଧରେ ୫୦୦ କୋଟି ଟଙ୍କା ଋଣ ଦେବାକୁ ସିଦ୍ଧାନ୍ତ ନେଇଛି। ଏହି ଟଙ୍କା ନିଲୱାନ୍ଦେ ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ କରିବା ଲାଗି ଦିଆଯିବ।
ସୂଚନାଯୋଗ୍ୟ, ବିଜେପି ନେତୃତ୍ବାଧୀନ ସରକାର ଏହି ଜଳସେଚନ ପ୍ରକଳ୍ପ ପାଇଁ ଟ୍ରଷ୍ଟ୍କୁ ଅନୁରୋଧ କରିବା ପରେ ଟ୍ରଷ୍ଟ୍ର ଅଧ୍ୟକ୍ଷ ତଥା ବିଜେପି ନେତା ସୁରେଶ ହାୱାଡ଼େ ଋଣକୁ ମଞ୍ଜୁରି ଦେଇଥିଲେ। ପୂର୍ବରୁ କେବେ ଶିରିଡ଼ି ସାଇ ଟ୍ରଷ୍ଟ୍ ପକ୍ଷରୁ ବିନା ସୁଧରେ ଏତେ ମୋଟା ଅଙ୍କର ଟଙ୍କା ଋଣ ଦିଆଯାଇନି।
ଋଣ ପରିଶୋଧ ପାଇଁ କୌଣସି ସମୟ ମଧ୍ୟ ସ୍ଥିତ କରାଯାଇନି। ଏନେଇ ଏକ ବୈଠକ ଫେବ୍ରୁଆରିରେ ହୋଇଥିଲା। ସାଇବାବା ମନ୍ଦିର ଟ୍ରଷ୍ଟ୍ ଏବଂ ଗୋଦାବରୀ ମରାଠାୱାଡ଼ା ଜଳସେଚନ ବିକାଶ କର୍ପୋରେସନ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି।