20 C
Bhubaneswar
January 17, 2021
EnewsOdia.Com
ନ୍ୟୁଜ୍

ଜାନୁଆରୀ ୪ରୁ ଶିଶିର ସରସ ମେଳା

ପ୍ରତିବର୍ଷ ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀକୁ ବିପଣନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶିର ସରସ ମେଳା ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଜାନୁଆରୀ ୪ ତାରିଖ ଦିନ ଠାରୁ ଶିଶିର ସରସ ମେଳା ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ପକ୍ଷରୁ ଏହାକୁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କରାଯିବ । ଏହି ଜାତୀୟସ୍ତରୀୟ ମେଳାରେ ଓଡିଶା ସମେତ ୨୫ ରାଜ୍ୟର କାରିଗର ଅଂଶଗ୍ରହଣ କରିବେ । ଚଳିତବର୍ଷ ମୋଟ ୩୦୦ ଷ୍ଟଲରେ ଏକ ମିନି ଇଣ୍ଟିଆ ବଜାର ସୃଷ୍ଟି କରାଯିବ ।

ଏହି ଷ୍ଟଲ ମାନଙ୍କରେ ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ, ମଧ୍ୟପ୍ରଦେଶ ଓ ଛତିଶଗଡର ଟସର କପଡା ଓ ଲୁଗା, ଜମ୍ମୁ-କାଶ୍ମୀରର ଶୀତ ପୋଷାକ ପ୍ରମୁଖ ମେଳାର ମୁଖ୍ୟ ଆକର୍ଷଣ ରହିବ । ସେହିଭଳି ଓଡିଶାର ୩୦ ଟି ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମେଳାରେ ସାମିଲ ହେବ । ମାଟିରେ ତିଆରି ଜିନିଷ, ଜଙ୍ଗଳଜାତ ଦ୍ରବ୍ୟ, ବିଭିନ୍ନ ପ୍ରକାର ମସଲା, ଓଡିଶାର ହସ୍ତତନ୍ତ ତିଆରି ଜିନିଷ ଆଦି ଏହି ମେଳାରେ ଉପଲବ୍ଧ ହେବ । ଚଳିତ ବର୍ଷ ଏହି ମେଳାରେ ପ୍ଲାଷ୍ଟିକ ଓ ପଲଥିନ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯିବ । ୧୨ଟି ଷ୍ଟଲରେ ବାହାର ରାଜ୍ୟର ଖାଦ୍ୟ ସହ ପାମ୍ପରିକ ଓଡିଆ ଖାଦ୍ୟ ଉପଲବ୍ଧ ହେବ । ଏହା ସହ ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।

ପଢନ୍ତୁ: ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଏବଂ ତୁଷାରପାତ

 

Related posts

୨୦୨୧ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

Ratnamani Maharana

ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

Ratnamani Maharana

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More