ଆସନ୍ତା ମେ’ ୨୪ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା। ଏନେଇ ଗତକାଲି ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକର ନିସ୍ପତି ଅନୁସାରେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେକୁ ନିଷେଧ କରାଯାଇଛି। ରାତି ୧୦ଟା ମଧ୍ୟରେ ଗୋଟିଏ ସ୍ଥାନରେ ବାଣ ଫୁଟିବ। ତାହା ପୁଣି ଲାଇସେନ୍ସ ପ୍ରାପ୍ତ ବାଣୁଆ ଏହି ବାଣ ଫୁଟାଇ ପାରିବେ।
ସୂଚନାନୁସାରେ ପ୍ରଶାସନର ଘୋଷଣା ଅନୁଯାୟୀ ଆସନ୍ତା ମେ’ ୨୪ରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଶୋଭାଯାତ୍ରା ରାତି ୧୧ଟା ସୁଦ୍ଧା ବାହାରିବ। ୧୧ଟା ୪୫ ମଧ୍ୟରେ କେଦାରଗୌରୀ ମନ୍ଦିରରେ ପହଞ୍ଚିବ। ସେହିପରି ତା’ ପରଦିନ ମେ’ ୨୫ ରାତି ୧୦ଟାସୁଦ୍ଧା କେଦାରଗୌରୀ ମନ୍ଦିରରୁ ଦେବଦମ୍ପତି ବାହାରିବେ। ଆସିବା ବେଳେ ବାଟରେ ୪ଟିସ୍ଥାନରେ ଭୋଗ ଖାଇବେ। ଯୌତୁକ ଇନ୍ଦ୍ରହାତୀ ଉପରେ ବସି ଇନ୍ଦ୍ରରାଜା ସେବାୟତ ପାଛୋଟି ଆଣିବେ। ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିରକୁ ଫୁଲରେ ସଜାଯିବ। ବିବାହ ବେଦୀ ଓ ପାଲିଙ୍କି ବିମାନ ସଜାଯିବ। ସେହିପରି ରାସ୍ତାରେ ଅଧିକ ଲାଇଟ୍ ଲଗାଯିବ। କେଦାରଗୌରୀ ମନ୍ଦିର ଭିତରେ ବେଦୀ ମଣ୍ଡପ ଓ ମନ୍ଦିର ପରିସରରେ ଲାଇଟ୍ ଲଗାଯିବ। ବିଭିନ୍ନ ପାରମ୍ପରିକ ବାଦ୍ୟ ସହ ମଶାଲ, ଘଣ୍ଟ, କାହାଳୀ ବାଜି ଠାକୁର ଯାତ୍ରା କରିବେ। ପାଳିଆ ସେବାୟତ ଠାକୁରଙ୍କ ସଙ୍ଗେ ଯିବେ।