News

ସିତାଂଶୁ କର ହେଲେ ପିଆଇବିର ମହାନିର୍ଦ୍ଦେଶକ!

By Krishna Kumar Manoj

May 03, 2018

ଭାରତୀୟ ସୂଚନା ସେବାର ବରିଷ୍ଠ ଓଡ଼ିଆ ଅଧିକାରୀ ତଥା ଦକ୍ଷ ପ୍ରଶାସକ ଶ୍ରୀ ସୀତାଂଶୁ କର ପତ୍ର ସୂଚନା କାର୍ଯ୍ୟାଳୟ ଦିଲ୍ଲୀର ମହାନିର୍ଦ୍ଦେଶକ ତଥା ଭାରତ ସରକାରଙ୍କ ୨୭ତମ ପ୍ରଧାନ ମୁଖପାତ୍ର ରୂପେ ମଙ୍ଗଳବାର (୦୧.୦୫.୨୦୧୮) କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଏହି ପଦରେ ଅଳଙ୍କୃତ ହେବାରେ ଶ୍ରୀ କର ହେଉଛନ୍ତି ଦ୍ୱିତୀୟ ଓଡ଼ିଆ। ଏହା ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଉମାକାନ୍ତ ମିଶ୍ର ପିଆଇବିର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ କର ଦୀର୍ଘ ୩୫ ବର୍ଷ ଧରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବିଭିନ୍ନ ମିଡିଆ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିସାରିଛନ୍ତି। ପିଆଇବିର ମହାନିର୍ଦ୍ଦେଶକ ପଦ ପୂର୍ବରୁ ସେ ଆକାଶବାଣୀ ସମାଚାରର ମହାନିର୍ଦ୍ଦେଶକ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ,କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପ୍ରଭୃତି ମନ୍ତ୍ରାଳୟର ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି।

ଶ୍ରୀ ସୀତାଂଶୁ କରଙ୍କ ବାଲ୍ୟଶିକ୍ଷା ଓ ଉଚ୍ଚଶିକ୍ଷା କଟକ ତଥା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା। ସେ ପ୍ରଥମେ କଟକରୁ ବାଲ୍ୟଶିକ୍ଷା ସାରି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଏହାପରେ କଟକ ଖ୍ରୀଷ୍ଟ କଲେଜରେ ପଢ଼ିଥିଲେ। ତା ପରେ ବିଜେବି କଲେଜ ଭୁବନେଶ୍ୱରରୁ ରାଜନୀତି ବିଜ୍ଞାନ(ଅନର୍ସ)ରେ ଭଲ ଅଧ୍ୟୟନ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତର ଡିଗ୍ରୀ ସାରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍ ଓ ଜାପାନିଜ୍ ଭାଷାରେ ଏମ.ଫିଲ୍ ଡିଗ୍ରୀ ହାସଲ କରିଥିଲେ।

ପଢନ୍ତୁ; ରାଜସ୍ଥାନରେ ଧୂଳି ଝାଡର ତାଣ୍ଡବ, ୨୭ ମୃତ !